ନଭେମ୍ବର 24 ରୁ ଗଡଜାତ ମହୋତ୍ସବ
 
                                ଆଠଗଡ (ଉଲ୍ଲାପ୍ର )ଗଡଜାତ ପରିକ୍ରମା ଆୟୋଜନରେ ଗଡଜାତ ମହୋତ୍ସବ -2022 ପ୍ରସ୍ତୁତି ବୈଠକ ଆଠଗଡ ଉତ୍ତରାଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି,ସର୍ବସମତି କ୍ରମେ ନିଷ୍ପତି ନିଆଗଲା ନଭେମ୍ବର 24 ରୁ 28 ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ଅନୁଷ୍ଠିତ ହେବ ଗଡଜାତ ମହୋତ୍ସବ,ଏହି ମହୋତ୍ସବ ର ଉଦେଶ୍ୟ ହେଲା ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ଅଞ୍ଚଳର ଲୋକକଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା କୁ ଲୋକଲୋଚନକୁ ଆଣି ମହୋତ୍ସବ ରେ ପ୍ରଦର୍ଶନ କରାଯିବ,ଏହା ବ୍ୟତୀତ ଚାରି ଗଡ଼ଜାତିଆ ଭାଇ ମାନେ ଗୋଟିଏ ମଞ୍ଚରେ ଏକାଠି ହେବା ସହିତ 26 ଗୋଟି ଗଡଜାତ କୁ ଗୋଟିଏ ମଞ୍ଚରେ ଯୋଡ଼ାଯିବ,ଚଳିତ ମାସ 14 ତାରିଖରେ ଆଠଗଡ ଉପଜିଲ୍ଲାପାଳ ଙ୍କୁ ଗଡଜାତ ମହୋତ୍ସବ ଡିସେମ୍ବର 13 ଠାରୁ 17 ପର୍ଯ୍ୟନ୍ତ ପାଳନ କରିବା ପାଇଁ ମହୋତ୍ସବ ପଡିଆ କୁ ଅନୁମତି ମଗାଯାଇ ଥିଲା, ଆଠଗଡ ଉପଜିଲ୍ଲାପାଳ ଗଡଜାତ ମହୋତ୍ସବ ଅନୁମତି ଦେଖିକି ଦୀର୍ଘ ୮ ବର୍ଷ ଧରି ବନ୍ଦ କରି ଦିଆଯାଇଥୁବା ଆଠଗଡ ମହୋତ୍ସବ କୁ ଆରମ୍ଭ କରିବା ପାଇଁ ଆଠଗଡ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରିଛନ୍ତି, ଆଠଗଡ ପ୍ରଶାସନ ଡିସେମ୍ବର 15 ରୁ 22 ପର୍ଯ୍ୟନ୍ତ ଆଠଗଡ ମହୋତ୍ସବ ପାଳନ କରୁଥିବାରୁ ଗଡଜାତ ପରିକ୍ରମା ପ୍ରସ୍ତୁତି କମିଟି ନଭେମ୍ବର 24ରୁ 28 ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି, ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ,ଏଥିରେ ବିଜେପି ନେତା ବ୍ରଜେନ୍ଦ୍ର ରାୟ, ଶଙ୍କର୍ଷଣ ମହାନ୍ତି, କଂଗ୍ରେସ କାଉନ ସିଲର ମନୋରଞ୍ଜନ ପଟ୍ଟନାୟକ, ବିଜେଡି ନେତା ବିଚିତ୍ରା ନନ୍ଦ ସେଠି, ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର,ଯୁବ କଂଗ୍ରେସ ନେତା ବିକ୍ରମ ରାୟ ସାମନ୍ତ,ପୂର୍ବତନ ସରପଞ୍ଚ ନୂତନ ରାଉତ,ପ୍ରକାଶ ସେଠି,ଆଇନଜୀବୀ ଚିତ୍ତରଞ୍ଜନ,ଆଠଗଡ ଯୁବ ସଂଗଠନ ସମ୍ପାଦକ ସରୋଜ ଦାସ,ପ୍ରଦୀପ ମହାପାତ୍ର, ନଚିକେତା ପରମାଣିକ, ନିମାଇଁ ଚରଣ ସାହୁ, ବିଜୟ ପରିଡା, ରମାକାନ୍ତ ସେନାପତି, ମୁନା ଦାସ ପ୍ରମୁଖ ଯୋଗଦେଇ ଥିଲେ,
 
         
             Odia
 Odia 












































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































