ଆଦିବାସୀ ଙ୍କ ପାଇଁ ଉଦିଷ୍ଟ ହାଟ ଜବରଦଖଲକାରୀ ଙ୍କ କବଜାରେ, ଉଛେଦ କର, ନଚେତ ଆନ୍ଦୋଳନ
ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ନିକଟବର୍ତୀ ପଂଚାୟତ ର ଆଦିବାସୀ ଚାଷୀ ମାନଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀ କରିବାପାଇଁ କାହିଁ କେଉଁ ଆବହମାନ କାଳରୁ ସହର ମଧ୍ୟ ଭାଗରେ ସାପ୍ତାହିକ ହାଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ଦଶ ଏକର ଯାଗା ପ୍ରଦାନ କରାଯାଇଥିଲା ଆ ଦିବାସୀ ଚାଷୀ ବେଶ ଆରାମ ରେ ସେମାନଙ୍କ ଜିନିଷ ପତ୍ର ଆଦି ବିକ୍ରୀ କରୁଥିଲେ ହେଲେ ଧୀରେଧୀରେ ସହର ର କିଛି ବ୍ୟବସାୟୀ ଜବରଦଖଲ କରି ଘର କରିବାଫଳରେ ଆଉ ଏବେ ମାତ୍ର ଏକ ଏକର ଯାଗା ରହିଛି l ଆଉ ସେଇ ସ୍ଥାନରେ ଆଉ କିଛି ପରିବା ବ୍ୟବସାୟୀ ସେଠାରେ ପରିବା ବିକ୍ରୀ କରିବା ଫଳରେ ଗ୍ରାମାଞ୍ଚଳ ଚାଷୀଖରା ବର୍ଷାରେ ରାସ୍ତାଉପ ରେ ବସି ବିକ୍ରୀ କରୁଛନ୍ତି l ତେବେ ସେହି ସ୍ଥାନ ର ଚାରିପଟେ ମୁନିସିପାଲିଟି ଦୋକାନ ଘର କରି ଅଣ ଆଦିବାସୀ ବ୍ୟବସାୟୀ ଙ୍କୁ ଛୋଟ ଛୋଟ ଦୋକାନ ଘର କରି ଦେବାଲାଗି ଘର ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ଆଦିବାସୀ ମାନେ l
ଏ ସ୍ଥାନ ସବୁ ମୁକ୍ତ କରି କେବଳ ଆଦିବାସୀ ଙ୍କ ପରିବା ପତ୍ର ବିକ୍ରୀ ପାଇଁ ଦେବାଲାଗି ଦାବୀ କରି ଛନ୍ତି ଅନେକ ସରପଞ୍ଚ l ନଚେତ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି lପୂର୍ଵରୁ କୁଇସମାଜ ସମନ୍ୱୟ ସମିତି ସାଧାରଣ ସମ୍ପାଦକ ଲମ୍ବ ଦୋର କହଁର ମଧ୍ୟ ହାଟ ସ୍ଥାନରୁ ଜବରଦଖଲ କାରି ଙ୍କୁ ଉଛେଦ ଦାବିକରିଥିଲେ l
ଆଜି ଏହି ହାଟ ସ୍ଥାନ ମୁକ୍ତ କରିବା ପାଇଁ ଆଲlମୀ ସରପଞ୍ଚ ଭରତ କହଁର, କେରେଡ଼ି ସରପଞ୍ଚ ବିନିତା ପ୍ରଧାନ,ଗନଯୁଗୁଡା ସରପଞ୍ଚ ଆଲୋକ କହଁର, ଡଡିକି ସରପଞ୍ଚ ନମିତା ମଲ୍ଲିକ, ଗୁମଗଡ଼ ସରପଞ୍ଚ ପ୍ରତାପ କହଁର, ଡୁଡୁକି ସରପଞ୍ଚ ସୁରେନ୍ଦ୍ର କହଁର, ବିଶି ପଡା ସରପଞ୍ଚ ସାକାଳୀ କହଁର, ମିଣି ଆ ସରପଞ୍ଚ ଗୌତମ ମଲିକ, କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁର, ତୁଡିପାଜୁ ସରପଞ୍ଚ କୌଶଲ୍ୟା କହଁର ପ୍ରମୁଖ କନ୍ଧମାଳ ଜିଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି l ସେହିପରି ମୁନିସିପାଲିଟି ଅଧ୍ୟକ୍ଷା ଆଦିବାସୀ ଚାଷୀ ଙ୍କ ସ୍ୱାର୍ଥ ରକ୍ଷା ପ୍ରତି ଦ୍ରୁଷ୍ଟି ଦେବାଲାଗି ଅନୁରୋଧ କରାଯାଇଛି l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































