ଗୁଜରାଟ ଘଟଣା ପରେ ଚେତିଲା କନ୍ଧମାଳ ପ୍ରଶାସନ, ଝୁଲା ପୋଲ ମରାମତି କରିବାକୁ ଚିଠି
ଫୁଲବାଣୀ ସୁନୀଲ ପଟ୍ଟନାୟକ
ଗୁଜରାଟର ଘଟଣା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା। ଗୁଜରାଟର ମୋ ର୍ବି ରେ ଝୁଲା ପୋଲ ଛଣ୍ଡି ପଡିବା ଫଳରେ ଦେଢ଼ଶହ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।
ଏହାପରେ ଜିଲାର ବାଲିଗୁଡ଼ା ଅଞ୍ଚଳରେ ଥିବା ଦୁଇଟି ଝୁଲା ପୋଲ ନିର୍ମାଣ ପରଠୁ ମରାମତି ହୋଇ ନି। ଏଣୁ ,କାଳେ ଛିଣ୍ଡିଯିବ ସେ ଆଶଙ୍କା କରି ବାଲିଗୁଡ଼ା ଆଇଟିଡିଏ ଏବେ ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଛି । ଗତ ୧୦ ବର୍ଷ ତଳେ ଜିଲ୍ଲାରେ ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପ୍ରଶାସନ ପକ୍ଷରୁ ନଦୀ ଉପରେ ଝୁଲା ପୋଲ ନିର୍ମାଣ କରାଯାଇଥିଲା।
ଜିଲ୍ଲାର ବାଲିଗୁଡ଼ା ବ୍ଳକପଦ୍ମାପଦରକୁଟିକିଆ ଏବଂ କନୁଆଁର୍ଗା ବ୍ଳକର ସିର୍ତ୍ତିଗୁଡ଼ା ପଞ୍ଚାୟତର ଗ ସୁକିଆ . ଅଞ୍ଚଳରେ ଝୁଲା ପୋଲ ନିର୍ମାଣ କରାଯାଇଥିଲା। ସେହିପରି ପରେ ଗୁଞ୍ଜିବାଡି,ଧରମ୍ ପୁର,ମକ ବାଲିଠାରେ ମଧ୍ୟ ଏଭଳି ପୋଲ ନିର୍ମାଣ ହୋଇଥିଲା। କଲିକତାର ଏକ କଂପାନୀ ଏ ସବୁ ନିର୍ମାଣ କରିଥିଲା।ନିର୍ମାଣ ପର ଠାରୁ ମରାମତି ହୋଇନି। ଏବେ ଗୁଜୁରାଟ ଘଟଣା ପରେ ମରାମତି ପାଇଁ ଚିଠି ଲେଖିଛି ପ୍ରଶାସନ :I ତେବେ ଏନେଇ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ବାଲିଗୁଡ଼ା ମଧୁସୂଦନ ବେହେରାଙ୍କୁ ପଚାରିବାରେ ସେ ଦୁଇଟି ଝୁଲା ପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖାଯାଇଥିବା କଥା କହିଛନ୍ତି ।
ତେବେ ଆଉ ଏକ ଅଘଟଣ ପୂର୍ବରୁ ପ୍ରଶାସନର ପଦକ୍ଷେପ ସ୍ଵାଗତଯୋଗ୍ୟ ନିଶ୍ଚୟ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































