ଜିଲା ସମବାୟ ସଂଘ ପକ୍ଷରୁ ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ସମାରୋହ
ଫୁଲବାଣୀ
ଜିଲା ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ଫୁଲବାଣୀ ଠାରେ ଜିଲା ସମବାୟ ସଂଘର ସଭାପତି ସୁପ୍ରଭା ନାୟକଙ୍କ ପୌରୋହିତ୍ୟରେ ୬୯ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ସଭାପତି ଅରୁଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ସମବାୟ ସଂସ୍ଥା ଗୁଡିକ ସୁଦୃଢ କରିବାକୁ ଓ ଭିତ୍ତିଭୂମୀ ବିକାଶ ପାଇଁ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୁଗଳ କିଶୋର ଦାସ, ଡିଆରସିଏସ ଫୁଲବାଣୀ ଯୋଗ ଦେଇ ପ୍ରାଥମିକ ସମବାୟ ସମିତି ଗୁଡ଼ିକର ନବ ନିର୍ବାଚିତ ନିର୍ଦ୍ଦେଶକ ମାନଙ୍କ ଦକ୍ଷତା ବିକାଶ ପାଇଁ ଗୁରୁତ୍ୱ ଦେଇଥିଲେ।ଅନ ଲାଇନରେ କାର୍ଯ୍ୟକ୍ରମ ହେଉଥିବାରୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଆବଶ୍ୟକ ବୋଲି କହିଥିଲେ। ନୂତନଭାଵେ ସମବାୟ ମନ୍ତ୍ରଣାଳୟ ଖୋଲା ଯାଇଥିବାରୁ ସରକାର ନୂଆ ନୂଆ ଯୋଜନା ସମବାୟ ମାଧ୍ୟମରେ ହାତ ନେବାକୁ ଯାଉଥିବା କହିଥିଲେ।
ସମ୍ମାନିତ ଅତିଥି ଭାବେ ପାଣୁ ଚରଣ ସାହୁ ଏଆରସିଏସ,ଫୁଲବାଣୀ, ନିରଞ୍ଜନ ପଟନାୟକ, ମୁଖ୍ୟ ନିର୍ବାହୀ, ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ,ନରେଶ ପ୍ରଧାନ,ବାଲିଗୁଡା ଏଆରସିଏସ ପ୍ରତିନିଧି,କିଶୋର ଚନ୍ଦ୍ର ନାୟକ ଉପସଭାପତି,ଜିଲା ସମବାୟ ସଂଘ ଯୋଗଦେଇ କନ୍ଧମାଳ ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ବୃଦ୍ଧି କରିବା ଉପରେ ପରାମର୍ଶ ଦେଇଥିଲେ।ଲଘୁବନଜାତପାଇଁ ଏଏମସିଏସ ଓ କୃଷକ ସମବାୟ ସମିତି ମାଧ୍ୟମରେ ଶୀତଳଭଣ୍ଡାର ନବୀକରଣ କରିବାକୁ ସଂଘର ସଭାପତି ଶ୍ରୀମତୀ ସୁପ୍ରଭା ନାୟକ ତାଙ୍କ ବକ୍ତବ୍ୟ ରେ କହିଥିଲେ। ଜିଲା ସମବାୟ ସଂଘର ସଂମ୍ପାଦିକା ଜ୍ୟୋତିର୍ମୟୀ ପ୍ରଧାନ ବିବରଣୀ ପଠନ କରିଥିଲେ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୪ଜଣ ଅଗ୍ରଣୀ ଚାଷୀ, ୨୪ଜଣ ଲ୍ୟାମ୍ପ ସଭାପତି ଓ ୨୪ଜଣ ପରିଚାଳନା ନିର୍ଦ୍ଦେଶକଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
ଫୁଲବଣୀ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁଙ୍କୁ ଶ୍ରେଷ୍ଠ ଲ୍ୟାମ୍ପ ଓ ଦକ୍ଷ ପରିଚାଳକ ହିସାବରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଜିଲା ର ଦୁଗ୍ଧ ସମବାୟ ସମିତି, କୁକୁଡା ସମବାୟ ସମିତି, କୃଷକ ସମବାୟ ସମିତି ଗୁଡିକ କ୍ରିୟାଶୀଳ କରିବାକୁ ଜନପ୍ରତିନିଧି ସମବାୟ ବିଭାଗର ଅଧିକାରୀ ଓ ସମିତି ନିର୍ଦ୍ଦେଶକ ସମନ୍ୱୟ ରେ ଜିଲା ରେ ସମବାୟ ଭିତ୍ତିକ କାର୍ଯ୍ୟ ସଫଳ ହୋଇପାରିବ ବୋଲି କୁକୁଡା ସମବାୟ ସମିତିର ସଂମ୍ପାଦକ ଅଶୋକ ପରିଡା ସୂଚନା ଦେଇଥିଲେ। ସମଵାୟ ସପ୍ତାହ ପାଳନରେ ଜିଲାର ପ୍ରତ୍ୟେକ ବ୍ଲକର ସମବାୟ ସମିତିର ସଦସ୍ୟା ବୁଦ୍ଧିଜୀବୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଥିଲେ।ଜିଲା ସମବାୟ ସଂଘର ବାରଜଣ ନିର୍ଦ୍ଦେଶକ ଏହି ସମବାୟ ସମାରୋହରେ ଯୋଗ ଦେଇଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































