ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ ମହିଳା କିରାଣୀ ମୃତ
ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା l
ଦୂର୍ଘଟଣା ଘଟାଇଥିବା ବାଇକ ନମ୍ବର OD 12 C 2597
(220 PULSAR) ବୋଲି ଜଣାପଡିଛି l ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କ୍ଲର୍କ ସ୍କୁଟି ନମ୍ବର OD 12 C 1727ରେ ସ୍କୁଲକୁ ଯାଉଥିବା ବେଳେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆହତ ମାନଙ୍କୁ ଅଟୋ ଦ୍ଵାରା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ଡ଼ାକ୍ତର ଆହତଙ୍କୁ ଚିକିତ୍ସା କରୁଥିବା ସମୟରେ ଉଭୟ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ବାଇକ୍ ଚାଳକ ସାମାନ୍ୟ ଆହତ ଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମୃତ ମହିଳା ମାନେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲ ର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ ବୟସ ୩୪,ଘର ନୟାଗଡ଼ ହୋଇଥିବାବେଳେ ଅନ୍ୟଜଣେ ବିମଳା ପ୍ରଧାନ (୪୭) ଘର ସ୍ଥାନୀୟ ମାଲିକାପଡ଼ି ପଞ୍ଚାୟତ କୁପାଗୁଡ଼ା ଗ୍ରାମର।ଦୂର୍ଘଟଣା ଖବର ପାଇ ବା ପରେ ପରିବାର ଲୋକେ ଓ ଗ୍ରାମବାସୀ ମେଡ଼ିକାଲରେ ପହଞ୍ଚିଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଜି. ଉଦୟଗିରି ଥାନା ଅଧିକାରୀ ଅଜୟ ସ୍ୱାଇଁ ମେଡ଼ିକାଲରେ ପହଞ୍ଚି ଚାଳକ ନାବାଳକ ନିପ୍ରେଶ ନାୟକକୁ ନିଜ ଅଧୀନରେ ଚିକିତ୍ସା କରୁଥିବା ସହ ଅନ୍ୟ ଜଣେ ବାଇକ୍ ଆରୋହି ନାବାଳକ କିଟୁନ ପ୍ରଧାନକୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଆଣିବା ସହ ସ୍କୁଟି ଓ ବାଇକ୍ ଜବତ କରିଥିବା ବେଳେ ମୃତଙ୍କ ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ଦେଇଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































