ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ
ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା l
ସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଆପୋଲୋ ରେ ଚିକିତ୍ସିତ ହେଉଥିଲେ ତେବେ ଗତ କାଲି ବିଳମ୍ବିତ ରାତିରେ ତାଙ୍କରମୃତ୍ୟୁ ହୋଇଥିଲା lସ୍ବର୍ଗତ ଜାହିର ଅଖତାର ବିଜେଡି ସଂଖ୍ୟାଲଘୁ ସେଲର ଜଣେ ଟାଣୁଆ ନେତା ଓ ସଂଗଠକ ଥିଲେ l
ସହରର ବରିଷ୍ଠ ସାମ୍ବାଦିକତଥା ପ୍ରେସ କ୍ଲବ ପୂର୍ବତନ ସଭାପତି, ସମାଜସେବୀ ମହମଦ ନାଜିର ଅଖତାର ଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଜାହିର lତାଙ୍କର
ଅକାଳ ମୃତ୍ୟୁ ରେ ଆଇନଜୀବୀ ମହଲ ରେ ଶୋକର ଛାୟା ଖେଳିଯାଇଛି lସ୍ବର୍ଗତ ଜାହିର ଙ୍କ ବିଧବା ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି l
ଆଇନଜୀବୀ ଜାହିର ଙ୍କ ପରଲୋକ ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ ଅରୂପ ଜେନା, ସନ୍ତୋଷ ଡିଗାଲ, ରବୀଦାସ, ଗୋପାଳ କୃଷ୍ଣ ପଟନାୟକ, ଫିଲି ମୋହନ ନାୟକ,ନାରାୟଣ ସାହୁ, ସମ୍ପାଦକ ପ୍ରଶାନ୍ତ ବେହେରା , ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
ସେହିପରି ବରିଷ୍ଠ ଆଇନ ଯିବି ତଥା ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ରବୀନ୍ଦ୍ର ମିଶ୍ର, ଚନ୍ଦ୍ର ଶେଖର ମିଶ୍ର, ଶିବ ପ୍ରସାଦ ତ୍ରିପାଠୀ,ସତ୍ୟ ନାରାୟଣ ବେହେରା, ଆଦିତ୍ୟ ତ୍ରିପାଠୀ, ଅଜୟ କୁମାର ସିଂହ, ବ୍ରଜ ପଟନାୟକ, ଭଗବାନ ମହାନ୍ତି, ରମେଶ ମହାନ୍ତି, ବିଜେଡି ନେତା ତଥା ଜିଲ୍ଲା ସଭାପତି ସରୋଜ କର୍ଣ, ସଂଖ୍ୟା ଲଘୁ ନେତା ମହମଦ ଆସୀନ,ମହମଦ ସାକିଲ, ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଗଭୀର ଶୋକ ପ୍ରକାଶ କରିବା ସଂଗେ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































