ବିଭିନ୍ନ ଦାବି ପୂରଣ ନେଇ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବିଭିନ୍ନ ବ୍ଲକର ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ବିଭିନ୍ନ ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଇପିଏଫ୍, ଇଏସଆଇସି ରେ ସାମିଲ୍ କରାଯାଇ ୧୮୦୦୦ ହଜାର ଟଙ୍କା ବେତନ ପ୍ରଦାନ, ଅବସରକାଳୀନ ସହାୟତା, ଯୋଗ୍ୟତା ଭିତିରେ ଏଏନଏମ ଭାବେ ନିଯୁକ୍ତି, ଗୋଷ୍ଠୀ ଏବଂ ପ୍ରlଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଗୃହର ସୁବିଧା, କୋଭିଡରେ ମୁତ୍ୟୁ ବରଣ କରିଥିବା ଆଶାଙ୍କୁ ଆର୍ଥିକ ସହାୟତା ଦାବି କରି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ସମୁଖରେ ଧାରଣା ଦେଇଥିଲେ। ସେହିପରି ଅଙ୍ଗନୱାଡ଼ି କର୍ମୀ ମାନେ ମଧ୍ୟ ୧୦ ଦିନ ହେବ ଆଇସିଡିଏସ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଛନ୍ତି। ୨୦୧୮ରେ ବହିଷ୍କୃତ କର୍ମୀଙ୍କୁ ପୁନ ନିଯୁକ୍ତି, ଦରମା ମାସିକ ୧୮୦୦୦ ଏବଂ ସହାୟିକାଙ୍କୁ ଦୁଇ ହଜାର, ଅବସରକାଳୀନ ସହାୟତା ଏବଂ ଭତ୍ତା ୫୦୦୦ ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଆକାରରେ ସ୍ନାତକ ଓ ତଦୁର୍ଦ୍ଧଙ୍କୁ ସୁପରଭାଇଜରକୁ ପଦୋନ୍ନତି ଓ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଲେ ମୃତ୍ୟୁକାଳୀନ ସହାୟତା ଭଳି ବିଭିନ୍ନ ଦାବି ରହିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































