କନ୍ଧମାଳ ର ଟିମ୍ ହ୍ୟୁମାନିଟି ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଠାରୁ କିଛି ଦୂର ଡ଼ାଙ୍ଗାଣିକିଆ ଗ୍ରାମରେ ଏକ ଛଅ ଫୁଟର ଅଜଗର ସାପ ପଶି ଯାଇଥିବା ନେଇ କଂସ ଦିଗାଲ ନାମକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ଆବାହକ ଭି.ଲୋକନାଥ ରାଜୁଙ୍କୁ ଖବର ଦେଇଥିଲେ। ଟିମ୍ ସଦସ୍ୟ ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ଅନ୍ତର୍ଯ୍ୟାମୀ ପ୍ରଧାନ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସୁଦୂର ଜଙ୍ଗଲରେ ଛାଡି ଦେଇଛନ୍ତି। ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହସିକ ପଦକ୍ଷେପ ପାଇଁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































