ଟିକାବାଲି ରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି କୃଷି କାର୍ଯ୍ୟାଳୟ ପରିସରରେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର ସଂଯୋଜକ ସଞ୍ଜୀବ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଟିକାବାଲି ଏଏମସିଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ, ଗୋଷ୍ଠି କୃଷି ଅଧିକାରୀ ସନ୍ତୋଷ ଦଳବେହେରା, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ, ଅତିରିକ୍ତ ଉଦ୍ୟାନବିତ୍ ରାଜେଶ ବିଶ୍ବାଳ ଓ ସ୍ବେଚ୍ଛାସେବୀ ସଂଗଠନ ସ୍ଵାତୀ କର୍ମୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ବିନା ବିକାଶ ଅସମ୍ଭବ ବୋଲି କହିବା ସହ ସରକାର ଶିକ୍ଷାର ବିକାଶ ପାଇଁ ରୁପାନ୍ତରିକରଣ କରୁଛନ୍ତି ସତ, ମାତ୍ର ସରକାରୀ ଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବାରୁ ଶିକ୍ଷାର ବିକାଶରେ ପ୍ରତିବନ୍ଧକ ହେଉଛି ବୋଲି ମତପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଇଁଝର ସରପଞ୍ଚ ରୁନିମା କହଁର, ପାଦାଙ୍ଗୀ ସରପଞ୍ଚ ଶୁଭଲକ୍ଷ୍ମି ପ୍ରଧାନ, ବୁର୍ବିନକୁ ସରପଞ୍ଚ ସାଲିମା ପ୍ରଧାନ, ପିକରଡି ସରପଞ୍ଚ ରୁବୀ ପ୍ରଧାନ ଓ କଳିଙ୍ଗା ସରପଞ୍ଚ ବକ୍ସି ମଲିକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































