ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ ପରେ କୋର୍ଟ ଚାଲାଣ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି। ଜଣେ ୧୭ ବର୍ଷର ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର ଯୁବକକୁ ଫିରିଙ୍ଗିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ଜୈନକ ଯୁବକ ଫିରିଙ୍ଗିଆ ଅଂଚଳର ଜନୈକ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ତାକୁ ଅପହରଣ କରିନେବା ଓ ପରେ ତା ସହ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ବାପା ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ। ନାବାଳିକାର ବାପାର ଅଭିଯୋଗ ପ୍ରକାରେ ଫିରିଙ୍ଗିଆ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପରେ କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ ଉଭୟ ନାବାଳିକା ଓ ଅଭିଯୁକ୍ତ ଯୁବକଙ୍କୁ ଫିରିଙ୍ଗିଆ ପୁଲିସ ଉଦ୍ଧାର କରିଥିଲା। ତେବେ ସରଜମିନ ତଦନ୍ତ ପରେ ଅଭିଯୁକ୍ତ ଯୁବକଙ୍କୁ ପକସୋ ଅଧିନିୟମ ଅନୁସାରେ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































