ଅଙ୍ଗନୱାଡ଼ିକର୍ମୀ ଙ୍କ ରାଲି ଓ ବିକ୍ଷୋଭ
ଫୁଲବାଣୀ (ସୁନୀଲ ପଟନାୟକ )
ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନେ ବିଭିନ୍ନ ଦାବୀ ଦୀର୍ଘ ଦିନହେଲା ଜିଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ବସିଥିଲେ ବି ସରକାର ଏଯାଏଁ ଦାବିପୂରଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ l
ଫଳରେ ଏସବୁ ଦାବି ପୂରଣ ନେଇ ଗୁରୁବାର ଫୁଲବାଣୀ ସ୍ଥିତ ମାଦିକୁନ୍ଦା
ଛକ ଠାରୁ ଅଙ୍ଗନବାଡି କର୍ମୀ ମାନେ ଏକ ବିଶାଳ ରାଲିରେଆସି ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟ ରାସ୍ତା ଉପରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଥିବା ଦେଖିବାକୁ ମିଳିଛି l
ସେମାନଙ୍କ ଦାବୀ ମଧ୍ୟରେ ରହିଛି ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, , ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮ ହଜାର ଓ ସହାୟିକା ମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ଇପିଏଫ ଇଏସଆଇସି, ଓ ଗ୍ରାଚୁଇଟିରେ ସାମିଲ କରାଯାଉ l ମିନି ଅଙ୍ଗନୱାଡ଼ି କେନ୍ଦ୍ର ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀମାନ ଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରାଯାଉ l ଅଙ୍ଗନୱାଡ଼ି କର୍ମଚାରୀ, ମିନି ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକା କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ।
କାର୍ଯ୍ୟରଡ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳିନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ l
ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରାକରରେ ଅନଲାଇନ ଲୋକେସନ ବନ୍ଦ କରାଯିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯାଉ l
୫୦% ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦ % ସ୍ନାତ୍ତକ ଓ ତଦୁର୍ଧ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ l
ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଙ୍ଘ, କନ୍ଧମାଳ ସଭାପତି ଅଶୋକ ପରିଡା, ସଂପାଦକ ସାରଦା ପରିଛା, ସହ ସମ୍ପାଦକ କା ନ୍ହୁ ଡିଗାଲ ପ୍ରମୁଖ ଯୋଗ ଦେଇ ସରକାର କୌଣସି ଠୋସ ପଦକ୍ଷେପ ନେଉ ନଥିବା ରୁ କଡା ସମାଲୋଚନା କରିଥିଲେ l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































