ପ୍ରେସ କ୍ଲବ ପକ୍ଷରୁ ନୂତନ ଏସପି ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ
ଫୁଲବାଣୀ(ସୁନୀଲ ପଟନାୟକ )
ପ୍ରେସ କ୍ଲବ ଓକନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୂତନଭାବେ ଦାଇତ୍ୱ ଗ୍ରହଣ କରିଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା, ସମ୍ପାଦକ ପ୍ରଶାନ୍ତ ବେହେରା, ସଂଗଠନ ସମ୍ପାଦକ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ଜୟସେନ ପରିଡା, ସଦ ସ୍ୟ, ଶିବ ନାୟକ l
ପୁଷ୍ପଗୁଛ ଓ ଉପହାର ଦେଇ ସ୍ଵାଗତ କରିବାସହ ଜିଲାର ବିଭିନ୍ନ ସମସ୍ୟା
ସମ୍ପର୍କରେ ଦ୍ରୁଷ୍ଟି ଆକର୍ଷଣ କରିଥିଲେ l
ବିଶେଷ କରି ଫୁଲବାଣୀ ସହର ସମେତ ଜି. ଉଦୟଗିରି, ବାଲିଗୁଡା ଅଂଚଳରେ ଟ୍ରାଫିକ ସମସ୍ୟା, ମାଓ ସମସ୍ୟା, ଓ ଗଂଜେଇ ଚୋରା ଚାଲାଣ ରୋକିବା ନେଇ ଆଲୋଚନା କରାଯାଇଥିଲା l ଏଥିସହଖବର ସଂଗ୍ରହ ବେଳେ ବିଭିନ୍ନ ସମୟରେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ରୁ ସାମ୍ବାଦିକ ଙ୍କ ବୃତ୍ତି ଗତ ସୁରକ୍ଷା ନେଇ ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲା l
ଏସପି ପାତ୍ର ସମସ୍ତବିଷୟ ପ୍ରତି ଗୁରୁତର ସହ ବିଚାରକରିବେ ବୋଲି କହିଥିଲେ l ପୂର୍ବରୁ ମାଲକାନଗିରି ଏସ୍ଡ଼ିପିଓ ଭାବେ କାର୍ଯ୍ୟ ରତ ଥିବା ଶୁଭେନ୍ଦୁ କୁମାର ପାତ୍ର ପଦନ୍ନୋତି ପାଇ କନ୍ଧମାଳ ଏସପି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି l
ଶ୍ରୀ ପାତ୍ର ମାଲକାନଗିରି ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ସହ ମାଓ ମୁକାବିଲା କ୍ଷେତ୍ର ରେ ବେଶ ନିଷ୍ଠା,ଆନ୍ତରିକତା ଓ ଦକ୍ଷତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେl
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































