କେନ୍ଦୁଝର ଜିଲ୍ଲା ରେ ମୁଖ୍ୟମନ୍ତ୍ରୀଙ୍କ କୃଷି ରଥ ଗଡିଲା
କେନ୍ଦୁଝର (ଉଲ୍ଲାପ୍ର )
ଓଡ଼ିଶା ସରକାରଙ୍କ ଓ କୃଷକ ଶକ୍ତି କରଣ ବିଭାଗ ପକ୍ଷରୁ ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେନ୍ଦେପଶି ପଞ୍ଚାୟତ କୃଷି ଅଧିକାରୀ ଦମୟନ୍ତୀ ମହାନ୍ତଙ୍କ ଅଧକ୍ଷତାରେ ଆଜି ପଞ୍ଚାୟତ ରୁ କୃଷି ରଥ ବାହାରି କେନ୍ଦେପଶି ଛକ ଏବଂ ଗ୍ରାମ କୁ ଯାଇ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ କୃଷିଉଦ୍ୟାଗ ଯୋଜନା, ଜଳନିଧି ଯୋଜନା ଓଡ଼ିଶା ମିଲେଟ ମିଶନ ଯୋଜନା ର ଲକ୍ଷ୍ୟ କିପରି କାର୍ଯ୍ୟ କାରିତା ତାହା L.C.D ଭିଡ଼ିଓ ମାଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହା କେମିତି ଆର୍ଥିକ ସ୍ୱାବଲମ୍ବୀ ହେବା ସହିତ ସୁଯୋଗ ସୃଷ୍ଟି କରିପାରିବେ, ଏବଂ ଲାଭବାନ ହୋଇ ପାରିବେ ,ମିଶନ ଶକ୍ତି ଓ ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ମୋଟ ୧୬୪୦୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ୨୦୨୧-୨୨ରୁ୨୩-୨୪ମଧ୍ୟରେ ଚିହ୍ନଟ କରାଯାଇ ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନା ରେ ସାମିଲ କରାଯିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ବିଭିନ୍ନ ପନିପରିବା ଚାଷ କରି ଅଧିକ ରୁ ଅଧିକ ଲାଭବାନ ହୋଇ ପାରିବା ସହିତ ୫୦,୦୦୦ଟଙ୍କା ଉପରେ୪୦% ହେକ୍ଟର ପ୍ରତି ସର୍ବାଧିକ୨୦,୦୦୦ଟଙ୍କା ରିହାତି ପ୍ରଦାନ ର ବ୍ୟବସ୍ତା ରହିଛି ବୋଲି ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଉଦୟ ଲାବଣ୍ୟ ନ୍ୟୁଜ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































