ଛାତ୍ରୀ ନିବାସ ରେ ଦଶମ ଶ୍ରେଣୀ ଛାତ୍ରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନା ରେ ଏତଲା
ଫୁଲବାଣୀ (ସୁନୀଲ ପଟନାୟକ )
ସରକାର ଓ ଜିଲ୍ଲା ପ୍ରଶାସନ ର ତାଗିଦ ସତ୍ୱେ କନ୍ଧମାଳ ଜିଲାର
ବିଭିନ୍ନ ଛାତ୍ରୀ ନିବାସ ରେ ଛାତ୍ରୀ ଗର୍ଭବତୀ ହେବା, ମୃତ୍ୟୁ ଘଟଣା ଥମିବାର ନା ନେଉନି l
ଏବେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଉଲ୍ଲୀ ପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସ ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା ସାମନା କୁ ଆସିଛି l
ମୃତା ଛାତ୍ରୀ ଜଣକ ହେଲେ ସୁନେଲି ମାଝୀ lଘର ଝୀଂଜିରୀଗୁଡା ପଂଚାୟତର ଗୁଣ୍ଡାମା ଗ୍ରାମ ବୋଲି ଜଣା ପଡ଼ିଛି l
ତାଙ୍କରକାହିଁକି, କିଭଳି ଓ କେଉଁ ପରିସ୍ଥିତି ରମୃତ୍ୟୁ ହେଲା ବୋଲି ମୃତା ସୁନେଲି ର ବାପା ବଡ଼ କୁଟିସା ମାଝୀ ଅଭିଯୋଗକରିଛନ୍ତି l
ଏ ନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଛନ୍ତି lତେବେ ସୋମବାର ସୁନେଲି ଅସୁସ୍ଥ ହୋଇପଡିବା ଫଳରେ ହଷ୍ଟେଲ କତୃପକ୍ଷ ପ୍ରଥମେ ନିକଟସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରିଥିଲେ ହେଲେ ପୁଣି ଅସୁସ୍ଥ ହେବାରୁ ଡାକ୍ତରଖାନା ନେଇଥିଲେ ହଷ୍ଟେଲ କତୃପକ୍ଷ
ତେବେ ଡାକ୍ତର ମୃତ ଘୋଷଣା କରିଥିଲେ, ଖବର ପାଇ ଗ୍ରାମବାସି ସ୍କୁଲ ଆସି ପାଟିତୁଣ୍ଡ କରିବାସହ ପ୍ରଧାନ ଶିକ୍ଷକ ଓ ହଷ୍ଟେଲ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ସୁସ୍ଥ ସବଳ ଝିଅ ର ମୃତ୍ୟୁ ଘଟିଲା ବୋଲି ଦାୟୀ କରିଛନ୍ତି lବ୍ରାହ୍ମଣୀଗାଁ ପୋଲିସ ୧ /୨ ୩ ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧି କାରୀ ସୂଚନା ଦେଇଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































