ଗଡଜାତ ପରିକ୍ରମା ତରଫରୁ ବିବେକାନନ୍ଦ ଙ୍କ 161 ତମ ଜନ୍ମଜୟନ୍ତୀ ପାଳିତ
ଆଠଗଡ(ଉଲ୍ଲାପ୍ର )ଆଠଗଡ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ସ୍ୱାମୀ ବିବେକାନନ୍ଦ ଙ୍କ 161 ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି, ଗଡଜାତ ପରିକ୍ରମା ର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଭାରତୀୟ ଗୁଇନ୍ଦା ସଂସ୍ଥାର ପୂର୍ବତନ କମିଶନର ଅଜୟ କୁମାର ମିଶ୍ର ଯୋଗଦେଇ କହିଲେ ପିଲାମାନେ ତୁମେ ଯଦି ବିବେକାନନ୍ଦ ଙ୍କ ଆଦର୍ଶକୁ ଅନୁପ୍ରାଣିତ କରିପାରିବ ତେବେ ଆଗକୁ ବଢ଼ିପାରିବ ବୋଲି ପ୍ରକାଶ କରିଥିଲେ, ଏହି ସଭାରେ ମୁଖ୍ୟବକ୍ତା ଭାବେ ଗୁରୁଦିଝାଟିଆ କବିଚନ୍ଦ୍ର ଭୁବନେଶ୍ୱର ମଇ ସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ ବିବେକାନନ୍ଦଙ୍କ କେତେ ଗୁଡିଏ ନୀତିବାଣୀ ଛାତ୍ରଛାତ୍ରୀ ମାନଙ୍କ ଆଗରେ ପ୍ରକାଶ କରିଥିଲେ, ଏଥିରେ ମହାତ୍ମା ଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ର ବରିଷ୍ଠ ଶିକ୍ଷୟିତ୍ରୀ ମିସ ରେଣୁ ରଥ ଯୋଗଦେଇଥିଲେ, ଗଡଜାତ ପରିକ୍ରମା ତରଫରୁ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବିବେକାନନ୍ଦ ଙ୍କ ପୁସ୍ତକ ପ୍ରଦାନ କରାଯାଇଥିବା ବେଳେ ସାମ୍ବାଦିକ ତଥା ଗଡଜାତ ପରିକ୍ରମା ର ସଭ୍ୟ ସନ୍ତୋଷ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଗଡଜାତ ପରିକ୍ରମା ର ସଭ୍ୟ ପ୍ରଭାକର ପଟ୍ଟନାୟକ ଏବଂ ସୁବାସ ରାଉତ,
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































