ଖଜୁରୀପଡା ତହସିଲଦାର ହେଲେ ହରଭଙ୍ଗା ବିଡ଼ିଓ
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ବୌଦ୍ଧ ଜି ଲାର ହରଭଙ୍ଗା ବିଡ଼ିଓ ଭାବେ ବଦଳି ହୋଇଛି l ପୂର୍ବରୁ ଥିବା ହରଭଂଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର ଉପଜିଲାପାଳ ଭାବେ ପଦନ୍ନୋତି ପାଇ ଚାଲିଯିବାପରେ ଖାଲିପଡିଥିଲା.ବିଡ଼ିଓ ପଦବୀ l
ଖଜୁରୀପଡା ହସିଲଦାରଭାବେ ସ୍ୱପ୍ନିତା ୨ ବର୍ଷ ରୁ ଉର୍ଦ୍ଧ ଦାଇତ୍ୱ ରେ ରହି ଅଂଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀୟ ହୋଇଥିଲେ l
କରୋନା ସମୟରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇ କରୋନା ମୁକାବିଲା ରେ ସଫଳ ହୋଇଥିଲେ l
ସେହିପରି ଗରିବ ଭୂମିହୀନ ଲୋକଙ୍କ ଗାଁ କୁଯାଇ ଦୁଆର ମୁହଁ ରେ ପଟ୍ଟା ଯୋଗାଇଦେଇ ପ୍ରଶଂସା ସାଉଁଟିଥିଲେ lସେହିପରି ସରକାରୀ ଜମି ଜବରଦଖଲ କାରି ଙ୍କୁ ଉଛେଦ କରି ସେ ସବୁ ଜମି ସରକାରୀ ଖାତା କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ ତହସିଲଦାର ସ୍ୱପ୍ନିତା l
ପ୍ରତି ପଂଚାୟତରେ ରାଜସ୍ବ କ୍ୟାମ୍ପ କରି ଲୋକଙ୍କ ଜମିଜମା ମାମଲା ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରି ଥିଲେ l ସରକାରଙ୍କ ଯୋଜନା ର ସଫଳ ରୂପାୟନ ସହ ସମସ୍ତ ବିଦ୍ୟାଳୟ କୁ ନିଜସ୍ୱ ଜମି ପଟ୍ଟା ପ୍ରଦାନ କରିଥିଲେତହସିଲଦାର ସ୍ୱପ୍ନିତା ନାୟକ l
ତାଙ୍କର କାର୍ଯ୍ୟଦକ୍ଷତା, ସଚୋଟଟା ପାଇଁ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ମଧ୍ୟ ହୋଇଥିଲେ ସେ l
କେବଳ ସେତିକି ନୁହେଁ, ସରକାରଙ୍କ ଧର୍ଯ୍ୟ ରାଜସ୍ବ ସଂଗ୍ରହ କରିଥିଲେ lଜଣେ ମହିଳା ଅଧିକାରୀ ହୋଇ ମଧ୍ୟ
ପ ଥର ଓ ବାଲି, ମୁରୁମ ମାଫିଆ ଙ୍କୁ ସାବାଡ଼ କରି ନିର୍ଭିକ ଓ ସଚୋଟ ଅଫିସର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସ୍ୱପ୍ନିତା l
ତେବେ ତାଙ୍କର ହଟାତ ଅନ୍ୟତ୍ର ବଦଳି କୁ ସହଜ ରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































