ଟିଉସନ ସାର ଙ୍କ ମୃତ୍ୟୁ ରେ ଛାତ୍ରୀ ର ଆତ୍ମହତ୍ୟା
ଫୁଲବାଣୀ(ସୁନୀଲ ପଟନାୟକ )
ନିଜ ଟିଉସନ ସାର ଙ୍କ ମୃତ୍ୟୁ ରେ ମର୍ମାହତ ହୋଇ ଜଣେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଖଦ ଖବର ସାମନା କୁଆସିଛି l
ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି. ଉଦୟ ଗିରୀ ଅଂଚଳରେ l
ଖବରରୁ ପ୍ରକାଶଯେ, ଜି. ଉଦୟଗିରି ର ଏଗାର ନମ୍ବର ୱାର୍ଡ ରେ ରହୁଥିବା ଟ୍ୟୁସନ ସାର ବଦ୍ରି ପ୍ରସାଦ ସ୍ୱାଇଁ ମାନସିକ ଚାପରେ ରହି ବେକରେ ମା ଙ୍କ ଶାଢ଼ୀ ସିଲିଙ୍ଗ ଫ୍ୟାନ ରେ ଲଗାଇ ଆତ୍ମହତ୍ୟା କରିଥିଲେ lଏହାପରେ ନିଜ ପ୍ରିୟ ସାର ଙ୍କ ମୃତ୍ୟୁକୁ ସହଜ ରେ ଗ୍ରହଣ କରିପାରିନଥିଲେ ନାବାଳିକା ଛାତ୍ରୀ ସୁରଥୀ ସାହୁl ସୁରଥୀ ଆଜି ନିଜ ଚୁନି କୁ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ l
ଖବର ପାଇ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳ ରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି l ଏ ନେଇପୋଲିସ ୫ /୨ ୩ ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ଏ ଏସ ଆଇ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି l ନାବାଳିକା ଛାତ୍ରୀ ମୃତ୍ୟୁ ନେଇ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































