ଧବଳେଶ୍ୱର ପୀଠରେ ଆରମ୍ଭ ହେଲା ମହାନଦୀ ଆଳତୀ, ପ୍ରତେକ ମାସ ସଂକ୍ରାନ୍ତି ରେ ବିଭିନ୍ନ ଶୈବ ପୀଠରେ ଅନୁଷ୍ଠିତ ହେବ ମହାନଦୀ ଆଳତୀ

ଆଠଗଡ (ଉଲ୍ଲାପ୍ର )ଗଡଜାତ ପରିକ୍ରମା, ଏଇତ ଜୀବନ, ମହାନଦୀ ପୂଜନ କମିଟି ତରଫରୁ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠରେ ମହାନଦୀ କୂଳରେ ମହାନଦୀର ସୁରକ୍ଷା ପାଇଁ ମହାନଦୀ ଆଳତୀ ଅନୁଷ୍ଠିତ ହୋଇଯାଇଛି, ଏହି ମହାନଦୀ ଆଳତୀ ର ମୂଳ ଉଦେଶ୍ୟ ହେଉଛି ମହାନଦୀ କୁ ଆବର୍ଜନା କରିବା ନାହିଁ, ମହାନଦୀ ଭିତରକୁ ଜରି, ଅନବନା କିଛି ଫୋପାଡ଼ିବା ନାହିଁ, ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଗଡଜାତ ପରିକ୍ରମା ର ସମ୍ପାଦକ ଲଲାଟେନ୍ଦୁ ସେନାପତି ମହାନଦୀ ଆଳତୀ ର କର୍ତ୍ତା ଭାବେ ବସିଥିଲେ, ସେ ସୂଚନା ଦେଇଛନ୍ତି ଧବଳେଶ୍ୱର ଠାରୁ ମହାନଦୀ କୂଳେକୁଳେ

ନରସିଂହପୁର ବାଲିପୁଟ ରେ ଏହି ମହାନଦୀ ଆଳତୀ ଶେଷ ହେବ, ପ୍ରତେକ ମାସର ସଂକ୍ରାନ୍ତି ରେ ଆଠଗଡ ସବ ଡିଭିଜନ ର ବିଭିନ୍ନ ସ୍ଥାନରେ ମହାନଦୀ କୂଳରେ ଥିବା ଶୈବ ମନ୍ଦିର କୂଳରେ ଏହି ମହାନଦୀ ଆଳତୀ ଅନୁଷ୍ଠିତ ହେବ, ଏହି କାର୍ଯ୍ୟକ୍ରମ ରେ ଏଇତ ଜୀବନ ସଂସ୍ଥା ର ମୁଖ୍ୟ ପ୍ରିୟବ୍ରତ ପଟ୍ଟନାୟକ ଏବଂ ମହାନଦୀ ପୂଜନ କମିଟି ର ସଭାପତି ବିଶ୍ୱଜିତ ସୂର୍ଯ୍ୟବଂଶୀ,ଆବାହକ ଖିରୋଦ କୁମାର ସାହୁ, ହେମନ୍ତ କୁମାର ସାହୁ, ଧବଳେଶ୍ୱର ଗୋ ଷଣ୍ଢ ସେବା ଶ୍ରମର ପ୍ରତିଷ୍ଠାତା ସାରଦା ପ୍ରସାଦ ଦାଶ, ଆଶିଷ ପତ୍ରି, ସୁନୀଲ ସ୍ୱାଇଁ, ଅଲେଖ ମହାରଣା, ଗଡଜାତ ପରିକ୍ରମା ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସଚ୍ଚିଦାନନ୍ଦ ପଣ୍ଡା, ବିଜୟ ନାୟକ, ସନ୍ତୋଷ ବାରିକ, କିରଣ ବିହାରୀ ଖଟୁଆ, ରଜନୀ ଜେନା ଏବଂ କଟକ ସିଲଭର ସିଟିର କର୍ମକର୍ତା ମାନେ ଯୋଗଦେଇ ମହାନଦୀ ର ସୁରକ୍ଷା ନେଇ ମହାନଦୀ ଆଳତୀ କରିଥିଲେ,

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































