ଅନାଥ ଦୁଇ ଶିଶୁ ଙ୍କୁ ଥଇଥାନ କଲା ଚାଇଲଡ ଲାଇନ

ଫୁଲବାଣୀ(ସୁନୀଲ ପଟନାୟକ )
ଚାଇଲ୍ଡଲାଇନ୍ ତରଫରୁ ସୋମବାର ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଯୁଇଖୋଲ ଗ୍ରାମର ପିତାମାତା ହରେଇ ଥିବା ୨ଶିଶୁଙ୍କୁ ଅଧ୍ୟକ୍ଷ ଶିଶୁମଙ୍ଗଳ କମିଟିରେ ଉପସ୍ଥାପନ କରି କମିଟିର ଆଦେଶ ଅନୁସାରେ ମୁଳଗୁଦାରିସ୍ଥିତ ସାଧନ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିଯାଇଛି। ସୁଚନା ଅନୁସାରେ ଶିଶୁର ମାତା ୨୦୧୮ ମସିହାରେ ଅଜଣା ରୋଗରେ ମୃତ୍ୟୁବରଣ କରିଥିଲେ ଓ ପିତା ହତ୍ୟାର ଶୀକାର ହୋଇ ମାର୍ଚ୍ଚ ୨୦୨୨ ରେ ମୃତ୍ୟୁବରଣ କରିଥିଲେ। ଏହା ପରେ ୨ଶିଶୁର ଶିକ୍ଷା ବନ୍ଦହୋଇଯାଇ ଥିଲା। ଏହା ଚାଇଲ୍ଡଲାଇନ୍ ସୁଚନା ପାଇବା ପରେ ଟିମ୍ ମେମ୍ବର ଶିବଶଙ୍କର ବେହେରା ଓ ସୁରେନ୍ଦ୍ର ପଡ୍ରା ପ୍ରଥମେ ସନ୍ତୋଷିନୀ କହଁର ୧୦ବର୍ଷଙ୍କୁ ଗତ ସେପ୍ଟେମ୍ବର ୨୦୨୨ ରେ ଥଇଥାନ କରିଥିଲା ଓ ଅନୁଭବ କହଁର ୧୩ବର୍ଷ ରାଜି ନହେବାରୁ ଥଇଥାନ କରାଯାଇପାରିନଥିଲା ଏବଂ ଏକ ମାତ୍ର ବଡ ଭାଇ ମୁନା କହଁର ଶିଶୁଙ୍କ ଭଲମନ୍ଦ ବୁଝୁଥିଲା କିନ୍ତୁ ସେ ମଧ୍ୟ ଚଳିତ ମାସ ୦୧ ରିଖରେ ମୃତ୍ୟୁ ବରଣ କରିଥିଲା।ଏହା ପରେ ଶିଶୁ ସମ୍ପୁଣ୍ଣ ଅସହାୟ ହୋଇଯାଇଥିଲା। ଉକ୍ତ ସୁଚନା ଜଣାପଡିବା ପରେ ଟିମ୍ ମେମ୍ବର ଶିବଶଙ୍କର ବେହେରା ଶିଶୁକୁ ବୁଝେଇ ଶିକ୍ଷା ପାଇଁ ମାନସିକ ଭାବେ ପ୍ରସ୍ତୁତ କରେଇ ଶିଶୁର ଭିଣୋଇଙ୍କୁ ଅବଗତ କରିଥିଲେ ଏବଂ ଶେଷରେ ଅନୁଭବକୁ ଅଧ୍ୟକ୍ଷ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରି କମିଟିର ଆଦେଶ ଅନୁସାରେ ମୁଳଗୁଦାରିସ୍ଥିତ ସାଧନ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































