କଳାବ୍ୟାଜ୍ ପିନ୍ଧି ଢେଙ୍କାନାଳ ଆର୍ବିଏସ୍ ଆୟୁଷ୍ ଡାକ୍ତରଙ୍କ ଧାରଣା

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲାର ସମସ୍ତ ୩୧ଜଣ ଆର୍ବିଏସ୍ ଆୟୁସ୍ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଗତ ୧୧ ତାରିଖରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଡାକ୍ତରମାନେ ଓଡିଶାର ସମସ୍ତ ଜୋନ୍ରୁ ୧୮ ବର୍ଷ ବୟସର ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା , ରୋଗ ଚିହ୍ନଟ କରିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛୁ । ବିଭିନ୍ନ ଦୈବୀ ଦୁର୍ବିପାକ , ମହାମାରୀ ତଥା କୌଣସି ବି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାହକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଯାଇ ନିଜର ଜୀବନକୁ ବାଜି ଲଗାଇବାକୁ ପଛାଇ ନାହାଁନ୍ତି । ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ଯାହାକି କରୋନା ମହାମାରୀ ସଂକ୍ରମଣ ସମୟର କଥା । ବାରମ୍ବାର ନିବେଦନ କରିବା ସତ୍ତ୍ଵେ ମଧ୍ୟ ମାନ୍ୟବର ଓଡିଶା ସରକାର ସେମାନଙ୍କର ଅନୁରୋଧ ତଥା ନାର୍ଯ୍ୟ ଦାବୀ ପ୍ରତି କେବେ କର୍ଣ୍ଣପାତ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଯଦି ଚଳିତ ଫେବୃଆରୀ ମାସ ୧୫ ତାରିଖ ମଧ୍ୟରାତ୍ର ସୁଦ୍ଧା ମାନ୍ୟବର ଓଡିଶା ସରକାର ଆମର ଦାବୀ ପୂରଣ ସମ୍ବନ୍ଧରେ କିଛି ସକାରାତ୍ମକ ପଦକ୍ଷେପ ନନେଲେ ତେବେ ସେମାନେ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧ୍ଵନରେ ଠିକା ପ୍ରଥାରେ କାର୍ଯ୍ୟରତ ଓଡିଶାର ୧୨୭୨ ଆର୍ବିଏସ୍କେ ଆୟୁଷ ଡାକ୍ତର କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦୈନନ୍ଦିନ କାର୍ଯ୍ୟରେ ଶାନ୍ତିପୂର୍ଣ୍ଣ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏସବୁ ସତ୍ତ୍ବେ ଯଦି ଓଡିଶା ସରକାର ଚଳିତ ମାସ ୧୯ ତାରିଖ ମଧ୍ୟରାତ୍ର ସୁଦ୍ଧା ସେମାନଙ୍କର ଦାବୀ ପୁରଣ ସମ୍ବନ୍ଧରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ଚଳିତ ମାସ ୨୦ ତାରିଖରୁ ସମସ୍ତ ୧୨୭୨ ଆର୍ବିଏସ୍ଏକ ଆୟୁଷ ଡାକ୍ତର ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଭୁବନେଶ୍ବର ଲୋୟର ପି.ଏମ୍.ଜି. ଛକ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିବାକୁ ବାଧ୍ୟ ହେବୁ । ଅଦ୍ୟ ବିଶ୍ଵ ହୃଦ୍ରୋଗ ସଚେତନତା ଦିବସ ଅବସରରେ ଡା . ଓମ୍ ପ୍ରକାଶ ବରାଳ , ଡା . ବିଜୟ ସାହୁ , ଡା . ବିଜୟ ସାମଲ , ଡା . ମନୋରଞ୍ଜନ ପାଢୀ , ଡା . ଅରବିନ୍ଦ ଶତପଥୀ , ଡା . ଅଜିତ୍ ସାହୁ , ଡା . ଦେବଜାନୀ ମାନସିଂହ , ଡା . ନିବେଦିତା , ଡା . ଶକ୍ତିଶୁଧା , ଡା . ଦେବେଶ୍ଵରୀ ପ୍ରମୁଖ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇଥିଲେ ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































