ନରେଗା ଯୋଜନା ଅର୍ଥ ଆତ୍ମ ସାଥ,ତତ୍କାଳୀନ ସରପଞ୍ଚ ଓ ଅବସରପ୍ରାପ୍ତ ପିଇଓ ଙ୍କୁ ସଶ୍ରମ କାରାଦଣ୍ଡ ଓ ଜୋରିମାନା

ମ
ଫୁଲବାଣୀ (ସୁନୀଲ ପଟନାୟକ )
ମନରେଗା ଯୋଜନା ଅର୍ଥ ଆତ୍ମ ସାଥ ମାମଲା ର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ବିଚାରପତିସୋମବାର ବୌଦ୍ଧ ଜିଲ୍ଲା ଖୁଣ୍ଟ ବନ୍ଧ ପଂଚାୟତ ପୂର୍ବତନ ସରପଞ୍ଚ ସୌମିତ୍ରୀ ମିଶ୍ର ଓ ଅବସରପ୍ରାପ୍ତ ପିଇଓ ଗୌର ହରି ସାହୁ ଙ୍କୁ ସଶ୍ରମ କାରାଦଣ୍ଡାଦେଶ ସହ ଜୋରିମାନା ଆଦେଶ ଦେଇଛନ୍ତି l
ସରପଞ୍ଚ ସୌମିତ୍ରି ମିଶ୍ର ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିବାବେଳେ ପି ଈଓ ଗୌର ହରି ସାହୁ ଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ବିଚାରପତି lଜୋରିମନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, ୨ 00୬ ରୁ ୨ 00୯ ମଧ୍ୟରେ ଏ ଦୁହେଁ ଖୁଣ୍ଟବନ୍ଧ ପଂଚାୟତ ଦାଇତ୍ୱ ରେ ଥିବାବେଳେ ବିପୁଳ ଅର୍ଥ ହେରଫେର କରିଥିବା ନେଇ ଭିଜିଲାନ୍ସ ନିକଟ ରେ ଅଭିଯୋଗ ହୋଇଥିଲା I
ଆଜି ଏହି ମାମଲା ର ସାଖ୍ୟ ପ୍ରମାଣକୁ ଭିତ୍ତି କରି ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଥିଲେ l ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଭି. ଭି ରାମ ଦାସ ମକଦମା ପରିଚାଳନା କରିଥିଲେ l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































