ମୁନିସିପାଲିଟି ପକ୍ଷରୁ ମାଗଣା ସାଇକଲ ବଣ୍ଟନ

ଫୁଲବାଣୀ(ସୁନୀଲ ପଟନାୟକ )
ଗୁରୁବାର ଫୁଲବାଣୀ ମୁନିସିପାଲିଟି ବିଜୁ କଲ୍ୟାଣ ମଣ୍ଡପ ପରିସର ରେ ଗୃହ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ଅର୍ବlନ ର ୫୬ଜଣ ମହିଳା ସ୍ଵଛ ସାଥି, ସ୍ଵଛ କର୍ମୀ, ସୁପରଭାଇଜର, ଆହାର କର୍ମୀ ମାନଙ୍କୁ ମାଗଣା ସାଇକଲ ପ୍ରଦାନ କରାଯାଇଥିଲା l
ଏହି ଅବସରରେ ଆୟୋଜିତ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଯୋଗଦେଇଥିବା ବେଳେ ମ୍ୟୁ ନିସିପାଲିଟି ନିର୍ବାହୀ ଅଧିକାରୀ ବଳଦେବ ବେହେରା, କାଉନ୍ସିଲର ରମେଶ ମହାନ୍ତି, ରାଜେନ୍ଦ୍ର ପାଢ଼ୀ, ମୃତ୍ୟୁଞ୍ଜୟ ପେରା, ମାଧବୀ ମିଶ୍ର. ପ୍ରମୁଖ ଉପସ୍ଥିତରହି ବଣ୍ଟନ କରିଥିଲେ l ସାଇକଲ ପାଇବା ପରେ ସ୍ଵଛ ସାଥି ମାନେ ବେଶ ଖୁସିବ୍ୟକ୍ତ କରିବାସହ ସାଇକଲ ମିଳିବା ପରେ ସଠିକ ସମୟରେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇଦେବାରେ ଏହା ସହାୟକ ହେବ ବୋଲି କହିଥିଲେ l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































