ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ସଭ୍ୟl ସମ୍ବର୍ଦ୍ଧିତ

ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ହୋଇଥିବା ସ ମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା l ସ୍ଥାନୀୟ କରନେସନ ପଡିଆ ଠାରେ ଅନୁଷ୍ଠିତଏ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେଡି ନେତା ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣି ବିଧାୟକ ଅଙ୍ଗଦ କହଁର, ଜିଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ,ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଉପଧଖ୍ୟା ନଳିନୀ କହଁର,ଫୁଲବାଣି ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର,ଖଜୁରିପଡା ବ୍ଲକ ଅଧ୍ୟକ୍ଷା ଅନିମା କହଁର ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଉପସ୍ଥିତବ୍ଲକ ସମସ୍ତ ଅଧ୍ୟକ୍ଷ, ଅଧକ୍ଷା ମାନଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନିତ କରାଯାଇଥିଲା ସେହିଭଳି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୨ ଜଣ ସଭ୍ୟ,ସଭ୍ୟା ମାନଙ୍କୁ ମୁଖ୍ୟ ଅତିଥି ମାଝୀ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସର ରେ ଆୟୋଜିତ ସଭାରେ ଏସ ଡ଼ି ସି ର ସଭାପତି ରୋଦନ ମଲ୍ଲିକ ବିଭିନ କାର୍ଯ୍ୟକର୍ମ ଉପରେ ସୂଚନା ଦେଇଥିବା ବେଳେ ମୁଖ୍ୟ ଅତିଥି ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି ନିଜ ଜିଲାର ଆଦିବାସୀ ମାନଙ୍କରସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହିତ ଆଦିବାସୀ ପରମ୍ପରା କୁ ବଞ୍ଚାଇବା ଦିଗରେ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ l
ସମ୍ବର୍ଦ୍ଧିତ ହେବାପରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନରେଶ ଶବର ଉପସ୍ଥିତ ଥିଲେ l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































