ସଡକ ଦୂର୍ଘଟଣା ରେ ବରିଷ୍ଠ ଆଇନଜୀବୀ ଆହତ

ଫୁଲବାଣୀସୁନୀଲ ପଟନାୟକ )
ଫୁଲବାଣୀ ବାର ଏସୋସିଏସନ ର ବରିଷ୍ଠ ଆଇନଜୀବୀ ତଥା ସଭାପତି ଭଗବାନ ମହାନ୍ତି ମଙ୍ଗଳବାର ଏକ ସଡକ ଦୂର୍ଘଟଣା ରେ ଗୁରୁତର ହୋଇଛନ୍ତି l ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ସଦର ମହକୁମା ଡାକ୍ତର ଖାନା ରେ ଭର୍ତିକରାଯାଇଛି l
ଆଇନଜୀବୀ ମହାନ୍ତି ସାଲକୀ ହୋଟେଲ ନିକଟ ଡିଭାଇଡର ରେ ସ୍କୁଟି ବୁଲାଉଥିବାବେଳେ ଏକ କାର ଦ୍ରୁତ ଗତିରେ ଆସି ଧକା ଦେବା ଫଳରେ ଭଗବାନ କିଛି ବାଟ ଘୋଷାଡ଼ି ହୋଇ ପଳାଇଥିଲେ l
ଫଳରେ ତାଙ୍କର ମୁହଁ, ଗୋଡ଼ ହାତ, ରେ ମାଡ଼ ହୋଇଛି l
ଖବର ପାଇ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା, ଆଇନଜୀବୀ ରମେଶ ମହାନ୍ତି, ପି ଇ ଟି, ଶ୍ୟାମ ସୁନ୍ଦର ସାହା, ସାମ୍ବାଦିକ ବିଜୟ ମହାନ୍ତି, ଶିବ ରାମ ନାୟକ, ବିଜେପି ନେତା ତପନ ପାଢ଼ୀ,ବରିଷ୍ଠ ବିଜେପି ନେତା ବରିଷ୍ଠ ନାଗରିକ ସଙ୍ଘ ସଭାପତି କମଳା କାନ୍ତ ପାଣ୍ଡେ, ସମାଜ ସେବୀ ଲୋକ ନାଥ ରାଜୁ, ସ୍ୱଚ୍ଛାସେବୀ ଅଶୋକ ପ୍ରଧାନ, ପ୍ରମୁଖ ବହୁ ଆଇନଜୀବୀ, ବିଜେପି ନେତା ପ୍ରମୁଖ ଡାକ୍ତର ଖାନା ଯାଇ ଆଇନଜୀବୀ ଭଗବାନ ମହାନ୍ତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରିବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































