ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ, ରାଜା ଯାଇଛନ୍ତି ନେତାବି ଯାଇଛନ୍ତି, ବଂଶ ରାଜନୀତି ତିଷ୍ଠିନି ଆଠଗଡ, ତିଗିରିଆ ମାଟିରେ

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ ର ଶେଷ ରାଜା ରାଧାନାଥ ଦେବ ବର୍ମା ସରକାର ଙ୍କୁ ପ୍ରଦାନ କରିଥିଲେ ଆଠଗଡ ରାଜ୍ୟକୁ ପ୍ରଥମେ ଏବଂ ତିଗିରିଆ ର ଶେଷ ରାଜା ବ୍ରଜରାଜ ବୀରବର କ୍ଷେତ୍ରୀୟ ଚମ୍ପତି ସର୍ବ ଶେଷରେ ସରକାର ଙ୍କୁ ପ୍ରଦାନ କରିଥିଲେ ତିଗିରିଆ ରାଜ୍ୟକୁ,ଏହି କ୍ରମରେ ଆଠଗଡ ଓ ତିଗିରିଆ ଗଡଜାତ ରେ ବଂଶବାଦ ରାଜା ପରମ୍ପରା ଲୋପ ପାଇଥିଲା, ଏହା ପରେ ଆସିଲା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରେ ମଧ୍ୟ ଆଠଗଡ ଓ ତିଗିରିଆ ରେ ବଂଶ ପରମ୍ପରା ର ନଜିର ନାହିଁ କିମ୍ବା ଵଂଶ ବାଦୀ ରାଜନୀତି ଅଦ୍ୟାବଧି ତିଷ୍ଠି ନାହିଁ,ଟିକେ ପଛକୁ ଫେରିବା ଆଠଗଡ ର ପ୍ରଥମ ବିଧାୟକ ଥିଲେ ପଦ୍ମଭୂଷଣ ଡ଼ ରାଧାନାଥ ରଥ ଆଠଗଡ ମାଟିର ସନ୍ତାନ, ସେ ୫ଥର ଆଠଗଡ ରୁ ବିଧାନସଭା କୁ ନିର୍ବାଚିତ ହୋଇ ସବୁ ସମୟରେ ନିଜର

ଦବଦବା ଦେଖାଇ ବହୁ ଗୁରୁତ୍ୱପୁର୍ଣ ବିଭାଗରେ ମନ୍ତ୍ରୀ ହୋଇଥିଲେ, ସେ ମଧ୍ୟ ତାଙ୍କ ପରିବାରର ପୁଅ କିମ୍ବା ଝିଅକୁ ରାଜନୀତି ମଧ୍ୟକୁ ଆଣି ନଥିଲେ, ପରବର୍ତ୍ତୀ ସମୟରେ ଅଚୁତ୍ତା ନନ୍ଦ ଦାଶ ୬ ବର୍ଷ ଧରି ବିଧାୟକ ହୋଇ ରହିଲେ ମଧ୍ୟ ସେ ତାଙ୍କ ପରିବାରରୁ କାହାକୁ ରାଜନୀତି ମଧ୍ୟକୁ ଆଣି ନଥିଲେ, ପରବର୍ତ୍ତୀ ସମୟରେ ତିଗିରିଆ ରାଣୀମା ରାସମଞ୍ଜରୀ ଦେବି ଆଠଗଡ ର ବିଧାୟିକା ହୋଇଥିଲେ ମଧ୍ୟ ସେ ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କୁ ରାଜନୀତି ମଧ୍ୟକୁ ଆଣି ନଥିଲେ, ପରବର୍ତ୍ତୀ ସମୟରେ ରସାନନ୍ଦ ସାହୁ ଆଠଗଡ ର ବିଧାୟକ ହୋଇଥିଲେ ଏବଂ ସେ ଆଠଗଡ ଆସନରୁ ଇସ୍ତଫା ଦେବାପରେ ଜାନକୀବଲଭ ପଟ୍ଟନାୟକ ଆଠଗଡ ରୁ ଦଶବର୍ଷ ଧରି ବିଧାୟକ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ହେଉ କିମ୍ବା ମୁଖ୍ୟମନ୍ତ୍ରୀ ସମୟରେ ସେ ତାଙ୍କ ପରିବାର ର କାହାକୁ ଭି ରାଜନୀତି ମୈଦାନ କୁ ଆଣି

ନଥିଲେ,ସେହିପରି ତିଗିରିଆ ର କଂଗ୍ରେସ ନେତା ସୁବାସ ମହାନ୍ତିଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲଭ ପଟ୍ଟନାୟକ ଙ୍କ ସହଯୋଗ ରେ ରାଜ୍ୟସଭା କୁ ପଠା ଯାଇଥିଲା ସେ ୬ ବର୍ଷ ଧରି ରାଜ୍ୟସଭା ରେ ସାଂସଦଭାବେ କାର୍ଯ୍ୟ ତୁଲାଇ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ ମଧ୍ୟ ସୁବାସ ମହାନ୍ତି ତାଙ୍କ ପରିବାର ରୁ କାହାକୁ ଭି ରାଜନୀତି ମୈଦାନକୁ ଆଣି ନାହାଁନ୍ତି, ଯାହା ଜଣାପଡୁଛି ଏବଂ ଇତିହାସ କହୁଛି ଆଠଗଡ ରାଜନୀତି ରେ ବଂଶବାଦ ର ସ୍ଥାନ ନାହିଁ,ଏହା ପରେ ଗତ 32 ବର୍ଷଧରି ଆଠଗଡ ର ବିଧାୟକ ହୋଇ ରହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେ ଏବେ ତାଙ୍କ ପୁତ୍ରକୁ ଆଠଗଡ ରାଜନୀତି ରେ ଏଣ୍ଟ୍ରି ମାରିବା ପାଇଁ ତୟାର କରୁଛନ୍ତି, 1946 ମସିହା ଠାରୁ ଯଦି ଦେଖିବା ଦୀର୍ଘ 76 ବର୍ଷ ମଧ୍ୟରେ ଆଠଗଡ ଇତିହାସ ରେ ବଂଶ ପରମ୍ପରା ର ସ୍ଥାନ ନାହିଁ କିମ୍ବା ବଂଶବାଦ ରାଜନୀତି ର ସ୍ଥାନ ନାହିଁ କହିଲେ ଚଳେ, ଏହି ଆଠଗଡ, ତିଗିରିଆ ମାଟିରୁ ଅଦ୍ୟାବଧି କେହିବି ବଂଶବାଦ ରାଜନୀତିକୁ ଆପଣେଇ ବାକୁ କେହିବି ଚେଷ୍ଟା କରି ନାହାଁନ୍ତି କିମ୍ବା ସେମାନଙ୍କ ପରିବାରର କେହିବି ଆଗକୁ ଆସିବାର ଚେଷ୍ଟା ମଧ୍ୟ କରି ନାହାଁନ୍ତି, ଏପରି ସ୍ଥଳରେ ଆଠଗଡ ଓ ତିଗିରିଆ ଭଳି ଏକ ବୀର ମାଟି ଓ ସଂଗ୍ରାମୀ ମାଟିରେ ବଂଶବାଦ ରାଜନୀତି ଆଗକୁ ଯାଇ ପାରିବ ନାହିଁ ଏହା ଆମେ କହୁନାହୁଁ ଆଠଗଡ ଇତିହାସ କହୁଛି, ଇତିହାସ କେବେ ମିଛ କହେନାହିଁ କିମ୍ବା ମିଛ ଲେଖେ ନାହିଁ, ଯଦି 2024 ରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ପୁଅ ଆଦିତ୍ୟ କୁ ରାଜନୀତି ମୈଦାନ କୁ ଓହ୍ଲାନ୍ତି ତେବେ ଇତିହାସ ଇତିହାସ ରେ ରହିଯିବ ନା ଇତିହାସ ଆଠଗଡ ରେ ମିଛ ହେବ ତା ସମୟ କହିବ, ତେବେ ଆମେ ତ କହିବୁ ଇତିହାସ ସବୁ ସମୟରେ ମୁକ ସାକ୍ଷୀ ହୋଇ ରହିଛି ଏବଂ ରହିଥିବ ଏବଂ ଆଠଗଡ ରେ ଇତିହାସ କେବେହେଲେ କଣ ଲେଉଟେଇବ ନାହିଁ, ଇତିହାସ ସବୁବେଳେ ଇତିହାସ ହୋଇ ରହିବ ଆଉ ଯିଏବି ଆସିବ ସେ ଇତିହାସ ଵନିଯିବ,
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































