ଅଟୋ ଓଲଟିଲା , ୭ ଶିଶୁ ଆହତ,୨ ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ଘାଇ ନିକଟରେ ବଳଦ କୁ ଧକା ଦେଇ ଅଟୋ ଓଲଟି ଲା l
ଫଳରେ ସ୍କୁଲ କୁ ଯାଉଥିବା ୭ ଜଣ ଶିଶୁ ଆହତ ହୋଇଥିବା ବେଳେ୨ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି l ସୂଚନାପ୍ରକାରେ ପ୍ରତ୍ୟେକ ଦିନ ପରି କେରେଡି ଗ୍ରାମରୁ ସବୁଦିନ ୭ ରୁ ୮ ଜଣ ଶିଶୁ ପାଠ ପଢିବା ପାଇଁ ନିକଟସ୍ଥ ଶଙ୍କରାଖୋଲକୁ ଅଟୋ ଯୋଗେ ଯାଉଥିଲେ l ଆଜି ମଧ୍ୟ ସକାଳ ୭ ଟା ସମୟରେ ପିଲାମାନେ ଉକ୍ତ ଅଟୋ ଯୋଗେ ଯାଉଥିବା ସମୟରେ ଗୁମାଗଡ଼ ଘାଇ ନିକଟରେ ହଠାତ ବଳଦ ଅଟୋ ସାମନାକୁ ଆସିଯିବା ଫଳରେ ଅଟୋ ସହ ଧକ୍କା ହେବା ଫଳରେ ଅଟୋଟି ଓଲଟି ପଡିଥିଲା l ରାସ୍ତାରେ ଯାଉଥିବା ବିଧାୟକ ପ୍ରତିନିଧି ତଥା ବିଜେଡି ସମ୍ପାଦକ ନୀଳାମ୍ବର କହଁର ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡକାଇ ଶିଶୁ ମାନଙ୍କୁ ପ୍ରଥମେ ଗୁମାଗଡ଼ ଚିକିତ୍ସାଳୟରେ ଭର୍ତି କରାଇଥିଲେ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତରଶିଶୁ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ପିଲାମାନଙ୍କ ବୟସ ପ୍ରାୟ ପାଖାପାଖି ୮ ରୁ ୧୦ ବର୍ଷ ଭିତରେ ହେବ l ଗୁରୁତର ଭାବେ ଆହତ ହୋଇଥିବା ଶିଶୁ ହେଲେ ରୁତୁରାଜ ଦିଗାଲ ବୟସ ୧୦ ବର୍ଷ, ଯେମି ଦେବ ଦିଗାଲ ବୟସ ୬ ବର୍ଷ ବୋଲି ଜଣାପଡିଛି l ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































