ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ ବିଜେପିରେ,ଗଣିତ ବଦଳି ଯାଇପାରେ
                                
ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର ହଜାରରୁ ଅଧିକ ଲୋକଙ୍କ ସମର୍ଥନ ପାଇଥିଲେ, ପରବର୍ତ୍ତୀ ସମୟରେ 2020 କ ରୋନା ସମୟରୁ ସେ ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ନିକଟତର ହେବା ସହିତ ମହାମାରୀ ସମୟରେ ଲୋକଙ୍କ ପାଖେ ପାଖେ ଛିଡା ହୋଇଥିଲେ, ଯୋଉଥି ପାଇଁ ଏବେ ଆଠଗଡ ବିଧାୟକ ରାଜା ସ୍ୱାଇଁ ଙ୍କ ବିକଳ୍ପ ଭାବେ ଅଭୟ ବାରିକଙ୍କୁ ଲୋକମାନେ ଚାହିଁବା ଆରମ୍ଭ କଲେଣି, ଗତ ଚାରିବର୍ଷ ଧରି ଅଭୟ ରାଜାଙ୍କ ଦୁର୍ନୀତିର ଗୁମର ପେଡି ସବୁ ଖୋଲି ଚାଲିଥିବା ବେଳେ ସେ ସମବାୟ ଦୁର୍ନୀତି ହେଉ କିମ୍ବା ଆବାସ ଦୁର୍ନୀତି, ଗୋଚର ଦୁର୍ନୀତି ହେଉ କିମ୍ବା କୋଇଲା ଦୁର୍ନୀତି, ଜମି ଦୁର୍ନୀତି ହେଉ କିମ୍ବା ଅନ୍ୟାନ୍ୟ ଦୁର୍ନୀତି ସବୁ ଦୁର୍ନୀତିର ପେଡି ଖୋଲି ଚାଲିଥିବା ବେଳେ ସାଧାରଣ ଜନତା ଆଠଗଡ ପାଇଁ ବିକଳ୍ପ ମିଳି ଯାଇଛି ବୋଲି ଧରି ନେଲେଣି, ଯେହେତୁ ସେ ବିଜେଡି ଦଳର ଜଣେ ଆଗ ଧାଡ଼ିର ଜର୍ମକର୍ତ୍ତା ହୋଇ ମଧ୍ୟ ଶାସକ ଦଳର ନେତାଙ୍କ ବିରୁଦ୍ଧରେ ଆଉ ଦୁର୍ନୀତି ବିରୁଦ୍ଧରେ ଆଠଗଡ ରେ ସ୍ୱର ଉତୋଳନ କରି ଆସୁଛନ୍ତି ତାଙ୍କୁ ସବୁ ଦଳରୁ ସହଯୋଗ ମଧ୍ୟ ମିଳିବା ଆରମ୍ଭ କଲାଣି, ରାଜ୍ୟରେ ବର୍ତ୍ତମାନ ବିଜେଡିକୁ କଡା ଟକର ଦେଉଛି ବିଜେପି ଆଉ ଏଭଳି ସ୍ଥିତିରେ ଗତ 2019 ସାଧାରଣ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ବ୍ରଜେନ୍ଦ୍ର ରାୟ 42 ହଜାର ଭୋଟ ପାଇଥିଲେ ମଧ୍ୟ ଗତ ଚାରିବର୍ଷ ମଧ୍ୟରେ ଆଠଗଡ ରେ ସଂଗଠନ କୁ ସଜାଡି ପାରିଲେ ନାହିଁ, ସେ ଦୃଷ୍ଟି କୋଣରୁ ବିଜେପି ରାଜ୍ୟ ସ୍ତରୀୟ ନେତୃ ବୃନ୍ଦ ଅଭୟ ବାରିକଙ୍କୁ ବିଜେପି ଦଳ ଭିତରକୁ ନେବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି, ଅନ୍ୟ ପକ୍ଷରେ ଆଠଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ସାଙ୍ଗଠନିକ ଶକ୍ତି ହ୍ରାସ ପାଉଥିବା ବେଳେ ବିଜେପି ପ୍ରତି ବଢୁଛି ଜନ ସମର୍ଥନ, ଏହି ମଉକାରେ ଯଦି ଅଭୟ ବିଜେପି ଦଳରେ ଯୋଗ ଦିଅନ୍ତି ତେବେ ବିଜେପି ଦଳ ନିଶ୍ଚିତଭାବେ ଫାଇଦା ରେ ରହିବ, ସବୁ ଅସନ୍ତୁଷ୍ଟ ଏକାଠି ହୋଇ ଏକ ମହାଦ୍ରୁମ କୁ ଓପାଡିବାରେ ସହାୟକ ହେବେ, କାରଣ ହେଲା ଆଠଗଡ ରେ ଗତ ବତିଶ ବର୍ଷ ହେଲା ନିରଙ୍କୁଶ ଭାବେ ରାଜ କରୁଛନ୍ତି ରାଜା ସ୍ୱାଇଁ, ତାଙ୍କୁ ଟକର ଦେବାଭଳି ନେତୃତ୍ୱ ଏ ପର୍ଯ୍ୟନ୍ତ ମିଳୁ ନଥିଲା, ଗତ ତିନିବର୍ଷ ଧରି ରାଜାଙ୍କ ବିରୁଦ୍ଧରେ ଅଭୟ ସାରା ଆଠଗଡ ନିର୍ବାଚନ ମଣ୍ଡଳୀରେ ଯୋଉ ପରି ଦୁର୍ନୀତି ଗୁଡିକୁ ଲୋକଲୋଚନ କୁ ଆଣୁଛନ୍ତି ସେ ଦୃଷ୍ଟି କୋଣରୁ ତାଙ୍କ ପ୍ରତି ବଢୁଛି ଜନ ସମର୍ଥନ, ବାରମ୍ବାର ରାଜା ସ୍ୱାଇଁ ଙ୍କ ବିରୁଦ୍ଧରେ ଦୁର୍ନୀତି ପେଡି ଖୋଲି ଚାଲିଥିବା ବେଳେ ସାଧାରଣ ଜନତା ରାଜାଙ୍କ ବିକଳ୍ପ ଭାବେ ଅଭୟ ଙ୍କୁ ବିବେଚନା ଆରମ୍ଭ କଲେଣି, ଯଦି ସବୁ ଠିକ ଠାକ ଚାଲେ ତେବେ ଅଭୟ ବାରିକ ତାଙ୍କ ସମର୍ଥକ ମାନଙ୍କ ସହିତ ଖୁବ ଶୀଘ୍ର ବିଜେପି ରେ ଯୋଗ ଦେଉଛନ୍ତି ବୋଲି ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଲାଣି, ଅନ୍ୟ ପକ୍ଷରେ ରାଜା ମଧ୍ୟ ଅଭୟଙ୍କୁ ଭୟ କରିବା ଲକ୍ଷଣ ଦେଖା ଦେଲାଣି, କାରଣ ଗତ ବତିଶ ବର୍ଷ ମଧ୍ୟରେ ରାଜାଙ୍କୁ ଏମିତି କେହି ଆଠଗଡ ରେ ଚାଲେଞ୍ଜ ଦେଇ ନଥିଲେ, ଆଠଗଡ ନିର୍ବାଚନ ମଣ୍ଡଳୀର ପୁଅ ଭାବେ ଅଭୟ କଡା ଚାଲେଞ୍ଜ ଦେବା ଆରମ୍ଭ କରିବା ପରେ ଏବେ ଲୋକ ମଧ୍ୟ ବଦଳିବା ଆରମ୍ଭ କଲେଣି, କାରଣ ଏ ମାଟି ହେଉଛି ଗଡଜାତ ମାଟି, ଜାନକୀ ବାବୁଙ୍କୁ ମଧ୍ୟ ଏ ମାଟି ଫୋଫାଡ଼ି ଦେଇଥିଲା, ରାଜା ତ ବତିଶ ବର୍ଷ ଆଠଗଡ ବିଧାୟକ ହେଲେଣି ଏବେ ସମୟ ବଦଳିବାରେ ଲାଗିଛି, ଆଠଗଡ ମାଟିର ପୁଅ ଅଭୟ ପ୍ରତି ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି,

        
            
 Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































