ଫୁଲବାଣୀ ରିଜର୍ଭପଡ଼ିଆରେ ୮୮ ତମପୋଲିସ ପ୍ରତିଷ୍ଠା ଦିବସ

ଫୁଲବାଣୀ( ଉଲ୍ଲାପ୍ର )ଶନିବାର ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭପଡିଆଠାରେ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟଅତିଥି ରୁପେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସର୍ବଦା ନିଷ୍ଠା, ଆନ୍ତରୀକତା ଓ ଉସ୍ପର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରି ସମସ୍ତଙ୍କ ପଶସାଂ ଭାଜନ ହେବାଲାଗି ପରାମର୍ଶ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଲଳିତ କୁମାର ପଟନାୟକ,ଏସିଡି ପିଓ ବାଲିଗୁଡ଼ା ରୋହିତ ବର୍ମା,ଏସିଡିପିଓ ଜିଉଦୟଗିରି ଡି.ଟି ଆରପଟ୍ଟନାୟକ,ଏସିଡିପିଓ ସୁପ୍ରଶନ୍ନ ମଲିକ, ବିଏସଏଫ କମାଣ୍ଡାଣ୍ଟ ଏପିଏସଭିର୍କ, ପ୍ରଶାନ୍ତ ଦାସ ଡିଏସପି, ପ୍ରଭାତ ସେଠି ,ଡିଏସପି ଇନସପେକ୍ଟର ତ୍ରିପତି ଚଉଧୁରୀ, ଅମ୍ବିକାପଟ୍ଟନାୟକ, ଚାନ୍ଦମଣି ସିଂ, ପ୍ରମୁଖ ଉପସ୍ଥିତ ଥିଲେ । ଆରଆଇ ଧର୍ମେନ୍ଦ୍ର ପ୍ରଧାନ ଓ ସରଜେଣ୍ଟ ପ୍ୟାରେଡ଼ ପରିଚାଳନା କରିଥିଲେ ।
ଏହି ଅବସରରେ ୨୦୨୨-୨୩ଲାଗି ଦକ୍ଷତାର ସହ ଉତ୍ତମ କାର୍ଯ୍ୟପାଇଁ ସବଇନସପେକ୍ଟର ସୋମ୍ୟରଂଜନ ପତି କ ନୁଆଁ ଗାଥାନା, ଏଏସଆଇ,ସୁବାସ ଚନ୍ଦ୍ର ପ୍ରଧାନଦାରିଙ୍ଗବାଡି,ହାବିଲଦାର ପ୍ରକାଶକ ହଁ ର, ଆର.ଓ.ସନ୍ତୋଷ କହଁର ଏପିଆର କନେଷ୍ଟବଳ ଆରଓ, ବାସନ୍ତି ପ୍ରଧାନକନେଷ୍ଟବଳ ସଦର ଥାନାକୁ ମୁଖ୍ୟଅତିଥି ଏସପି ଶୁଭେନ୍ଦୁପାତ୍ର ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମରେ ସାମ୍ବାଦିକ,ପୋଲିସ ଅଧିକାରୀ ସ୍ୱେଛାସେବୀ ଉପସ୍ଥିତ ଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































