ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉଦ୍ୟମରେ ଭବାନୀ ଭତ୍ତା ପାଇଲେ

ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ଜିଲ୍ଲା ର ଫୁଲବାଣୀ ବ୍ଳକ ର ଗଞୁଗୁଡା ପଞ୍ଚାୟତ ର ବିରାଗୁଡା ଗାଁ ର ଗରିବ ପରିବାରର ଝିଅ ଭବାନୀ ଙ୍କ ବାପା ଦୀର୍ଘବର୍ଷ ହେଲା ଆର ପାରିକୁ ଚାଲିଯିବା ଫଳରେ
ବିଧବା ମା ତିନି ପିଲାଙ୍କୁ ଧରି ମୂଲ ମଜୁରୀ ଲାଗି ପରିବାର ପୋଷଣ କରୁଥିଲେ l ଭବାନୀ ଦୁତୀୟ ବର୍ଷକଳା ର ଛାତ୍ରୀ l
ଫୁଲଵାଣୀ କଲେଜ ରେ ପଢୁଥିଲେତେବେ କଣ ହେଲକେଯାଣି ହଠାତ୍ ଦେହ ଖରାପ ହେବାପରେ ସେ ଆଉ ଚାଲି ପାରିଲେ ନାହିଁ, ଗୋଡ ଏକ ପ୍ରକାର ଅଚଳ ହେଇଗଲା, ଆର୍ଥିକ ଅବସ୍ଥା ଭଲ ନଥିବାରୁ ମେଡିକାଲ ଚିକିତ୍ସା ସମ୍ଭବ ହେଲା ନାହିଁ , ଏହି ଖବର ଗଣ ମାଧ୍ୟମରୁ ପାଇଲା ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ ଭବାନୀ ଙ୍କୁ ସହୟତା କରିବା ପାଇଁ ଏବଂ ଏହି ସମସ୍ୟାର ସମାଧାନ ପାଇଁ ବିଭାଗ କୁ ଲେଖିଥିଲେ ଏବଂ ତୁରନ୍ତ ଭବାନୀ ଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ ସହ ଭିନ୍ନକ୍ଷମ ଭତ୍ତା ଦେବା ପାଇଁ କହିଥିଲେ ଏବଂ ଉକ୍ତ ବିଭାଗ ତରଫରୁ ଭବାନୀ ଙ୍କୁ ୬୦ ଶତକଡ଼ା ଭିନ୍ନକ୍ଷମ ସାର୍ଟିଫିକେଟ ସହ ଭତ୍ତା ପ୍ରଦାନ ପାଇଁ ଅର୍ଥ ବ୍ୟବସ୍ଥା କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କୁ ଅବଗତ କରାଇଥିଲେ l ଏହି ଖବର ଭବାନୀ ଙ୍କ ପରିବାର କୁ ଜଣାଇ ଦିଆଯାଇଛି ଓ ଏହାର ଏକ କିତା ନକଲମଧ୍ୟ ପଦାନ କରାଯାଇଛି
ଏହା ଜାଣିବା ପରେ ଭବାନୀ ଙ୍କ ପରିବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଓ କୋର୍ଟ ଙ୍କୁ କୂତଞତା ଞାପନ କରିବା ସହ ଜିଲ୍ଲା ଆଇନ ଆଇନ୍ ସେବା ପ୍ରାଧିକରଣ ମୋପରି ଅନ୍ୟ ଗରିବ ନିଷ୍ପେସିତ ଲୋକଙ୍କୁ ସହାୟତା ର ହାତ ବଢ଼ାଉ ବୋଲି କହିଛନ୍ତି l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































