ଆଠଗଡ ସାହିତ୍ୟ ସମାଜ ତରଫରୁ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ

ଆଠଗଡ( ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜ ତରଫରୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଶୁଭଦିପା କଲ୍ୟାଣ ମଣ୍ଡପ ଠାରେ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ସଭା, ସାହିତ୍ୟ ସମାଜର ସଭ୍ୟ ପ୍ରାଣକୃଷ୍ଣ ଦାଶ, ସୁରେଶ ଚନ୍ଦ୍ର ପରିଡା, ସାରଙ୍ଗଧର ଜେନା, ପ୍ରଫୁଲ ଚନ୍ଦ୍ର ମହାପାତ୍ର, ପ୍ରମୋଦ ବିଶୋଇ, ସରୋଜ କୁମାର ମହାନ୍ତି, ସୁଧୀସ୍ମିତା ନନ୍ଦ ପ୍ରମୁଖଙ୍କ କବିତା ଗୁଡିକୁ ସଂଯୋଜନା କରିଥିଲେ ସାହିତ୍ୟିକ ଡ଼ ଶରତ ଚନ୍ଦ୍ର ମାଝି,ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ, ପଣା ସଂକ୍ରାନ୍ତି ଅବସରରେ ସମସ୍ତ ସଭ୍ୟ ନିଜ ନିଜ ମଧ୍ୟରେ ଓଡ଼ିଆ ନବବର୍ଷରେ ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସାହିତ୍ୟ ସମାଜ ତରଫରୁ ସମସ୍ତଙ୍କୁ ପଣା ରେ ଆପାୟତ କରାଯାଇଥିଲା,
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































