ମାଧଵପୁର ଗ୍ରାମରେ ସମ୍ବିଧାନ ସଚେତନତା ଅନୁଷ୍ଠିତ

ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ତରଫରୁ ସମ୍ବିଧାନ ସଚେତନତା ଅଭିଯାନ ମହାକାଳବସ୍ତ ପଞ୍ଚାୟତ ମାଧବପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି l
ଏହି ବୈଠକରେ ପରିଷଦର ସଭାପତି ଶ୍ରୀ ବିଚିତ୍ରାନନ୍ଦ ସେଠି ସଭାପତିତ୍ୱ କରିଥିଲେ, ମୁଖ୍ୟ ଅତିଥି ରୁପେ ଶ୍ରୀ ଅମୀୟ ସେଠି, ମୁଖ୍ୟ ବକ୍ତା ଶ୍ରୀ ମନୋରଞ୍ଜନ ଜେନା, ସମ୍ମାନିତ ଅତିଥି ଶ୍ରୀ ବୈଷ୍ଣବ ଗୁରୁ,ଆମ୍ବେଦକର ସେବକ ସଙ୍ଘର ଉପସଭାପତି ଶ୍ରୀ ଦୈତାରୀ ନାଏକ, ପୀତବାସ ନାଏକ, ଅଶୋକ ମଲ୍ଲିକ, ଦିଲୀପ ସେଠି, ନବୀନ ମଲ୍ଲିକ,ଗ୍ରାମର ମୁରବି ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ କୈଳାସ ନାଏକ, ଜଗବନ୍ଧୁ ମଲ୍ଲିକ, ଅନିଲ ମଲ୍ଲିକ, ବିଷ୍ଣୁ ନାଏକ, ନିରଞ୍ଜନ ନାଏକ, ଜଗବନ୍ଧୁ ନାଏକ ଆଦି ଆମ୍ବେଦକରଙ୍କ ଜୀବନୀ, ବଳିଦାନ ଏବଂ ସମ୍ବିଧାନ ବିଷୟରେ ନିଜର ବକୃତ୍ୱ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦାନ କରିଥିଲେ l
ପରିଶେଷରେ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟଜିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ଆଠଗଡ ( ଉଲ୍ଲାପ୍ର )
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































