ମାନସିକ ଅନଗ୍ରସର ଅଜଣା ବ୍ୟକ୍ତିଙ୍କ ପ୍ରତି ବଦାନ୍ୟତା ଦେଖାଇଲେ ଡାକ୍ତର

ଫୁଲବାଣୀ -12/05 (ସୁନୀଲ ପଟନାୟକ )
ଅଜିକାଲି ବ୍ୟସ୍ତବହୁଳ ଜୀବନ ରେ ସମସ୍ତେ ନିଜ ନିଜ ସ୍ୱାର୍ଥ ପଛରେ ଦୌଡୁଥିବା ବେଳେଚକାପାଦ ଅଂଚଳ ର ସନ୍ଦୀପ ଶତପଥୀ ନାମକ ଜଣେ ଡାକ୍ତର ଦେବ ଦୂତ ସାଜି ରାସ୍ତାରେ ଏକାକୀ ଅସହାୟ ଅବସ୍ଥାରେ ପଡିଥିବା ଜଣେ ଅଜଣା ବ୍ୟକ୍ତି ଙ୍କୁ ବାଟରେ ଗଲା ବେଳେ ଦେଖି ତାଙ୍କୁ ଅନ୍ୟମାନଙ୍କ ସହାୟତାରେ ଉଦ୍ଧାର କରି
ଆଣି ସଫାସୁତର କରି ପୋଷାକ ବଦଳାଇବାସହ ଚିକିତ୍ସା କରିଥିଲେ l
ସେହିପରି ଖାଦ୍ୟ ଖାଇବାକୁ ଦେଇଥିଲେ, ଫଳରେ ସେ ଟିକେ ସୁସ୍ଥ ଅନୁଭାବକରିବା ସହ ଖୁସି ବ୍ୟକ୍ତ କରିଥିବା ତାଙ୍କମୁହଁରୁ ବାରିହୋଇପଡୁଥିଲା l ଡାକ୍ତର ଶତପଥୀ ଙ୍କ ନିସ୍ଵାର୍ଥପର ସେବା ମନୋବୃତି ଅନ୍ୟ ମାନଙ୍କପାଇଁ ପ୍ରେରଣା ସାଜିବ ନିଶ୍ଚୟ l ଡାକ୍ତର ଶତପଥୀ ଙ୍କୁ ଲାଲବାହାଦୁର ବେହେରା, ଦେବାଶିଷ ମିଶ୍ର ପ୍ରମୁଖ ଏଥିରେ ସମ୍ପୂର୍ଣ ସହଯୋଗ କରିଥିଲେ l
ଡାକ୍ତର ଶତପଥୀ ନିଷ୍ଠା ଓ ଆନ୍ତରିକତା ର ସହ ଅଞ୍ଚଳରଲୋକଙ୍କୁ ସେବା କରିଆସୁଛନ୍ତି lତାଙ୍କର ଏଭଳି କାର୍ଯ୍ୟ ଦେଖି ଅଂଚଳ ବାସୀ ଡାକ୍ତର ହେବ ତ ଏମିତି ବୋଲି କହୁଥିବା ଶୁଣିବାକୁ ମିଳୁଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































