ସରକାରୀ ହାଇସ୍କୁଲ ସୁନାବେଡ଼ା ମାଟ୍ରିକ ୧୯୯୦ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

କୋରାପୁଟ/ସୁନାବେଡ଼ା ( ବସନ୍ତ କୁମାର ସ୍ବାଇଁ) କୋରାପୁଟ ଜିଲ୍ଲା ସୁନାବେଡ଼ା-୧ ସ୍ଥିତ ସରକାରୀ ଉଂଚ୍ଚ ବିଦ୍ୟାଳୟ ଅଡିଟୋରିମ ହଲ୍ ଠାରେ ସରକାରୀ ହାଇ ସ୍କୁଲରେ ଅଧ୍ୟୟନ କରିଥିବା ମାଟ୍ରିକ ୧୯୯୦ମସିହା ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଦୀର୍ଘ ୩୩ବର୍ଷ ପରେ ୧୯୯୦ବ୍ୟାଚର ବନ୍ଧୁମାନଙ୍କୁ ବନ୍ଧୁମିଳନ ଠାରେ ପରସ୍ପରକୁ ଦେଖି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ବିଦ୍ୟାଳୟର ଶିକ୍ଷକ ଓ ଉପସ୍ଥିତ ଛାତ୍ରମାନଙ୍କ ଦ୍ଵାର ପ୍ରଦୀପ ପ୍ରଜ୍ଜଳନ କରି ବନ୍ଧୁମିଳନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ପୁରାତନ ଛାତ୍ର ବନ୍ଧୁମାନେ ବିଦ୍ୟାଳୟରେ ପଢିବା ସମୟର ଅତୀତକୁ ସ୍ମୃତି ଚାରଣ କରି ଘଟିଥିବା ଘଟଣାକୁ ମନେପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ । ସମ୍ମାନନୀୟ ଅତିଥିଭାବେ ମଞ୍ଚାସନ ହୋଇଥିବା ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁରାତନ ଛାତ୍ରମାନଙ୍କ ଦ୍ଵାରା ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହାପରେ ଉପସ୍ଥିତ ଥିବା ୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁମାନେ ନିଜନିଜର ପରିଚୟ ସହ କାଯ୍ୟ କ୍ଷେତ୍ର ଓ ସାମାଜିକ ପ୍ରତିଷ୍ଠା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହାପରେ ମଞ୍ଚାସିନ ଥିବା ସମ୍ମାନନୀୟ ଶିକ୍ଷକମାନେ ସେମାନଙ୍କର ଅଭିଭାଷଣରେ ମାଧ୍ୟମରେ ଏହି ବିଦ୍ୟାଳୟରେ ଅନେକ ସଫଳତା ପାଇଛି ଏବଂ ୧୯୯୦ବ୍ୟାଚର ଛାତ୍ର ଛାତ୍ରୀମାନେ ରାଜ୍ୟ ତଥା ଦେଶର ବିଭିନ୍ନ କ୍ଷେତ୍ରରେ ସରକାରୀ ଓ ପ୍ରଶାସନିକ କ୍ଷେତ୍ରରେ ବିଭିନ୍ନ ପଦପଦବୀରେ ରହି ନିର୍ଭୀକ ଓ ସମ୍ମାନର ସହ କାଯ୍ୟକରି ସମ୍ମାନିତ ହୋଇ ଏହି ଅଞ୍ଚଳ ସହ ସ୍କୁଲର ଗରିମା ଓ ସମ୍ମାନ ବଢାଇ ସମସ୍ତଙ୍କୁ ଗର୍ବିତ କରିଛନ୍ତି। ତେଣୁ ସେମାନେ ଶିକ୍ଷକ ଭାବେ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ପୂର୍ବତନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଷମା ମିଶ୍ର ବନ୍ଧୁ ମିଳନ ଓ ମାତୃ ଦିବସ ଉପରେ ଏକ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ରଘୁନାଥ ମିଶ୍ର, ଶ୍ରୀ ଦେବ ପ୍ରସାଦ ମଲ୍ଲ, ଶ୍ରୀ ବସନ୍ତ କୁମାର ରାୟ, ଶ୍ରୀମତୀ ସୁଷମା ମିଶ୍ର ଅବସରପ୍ରାପ୍ତ ପୂର୍ବତନ ଶିକ୍ଷକଙ୍କ ସହ ଶ୍ରୀମତୀ ମମତା ପାତ୍ର କାର୍ଯ୍ୟରତ ଶିକ୍ଷୟତ୍ରୀ ଉପସ୍ଥିତି ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାଯ୍ୟକ୍ରମରେ ପୁରାତନ ଛାତ୍ର ଶ୍ରୀ ଅକ୍ଷୟ ଖେମୁଣ୍ଡୁ ସ୍ବାଗତ ଭାଷଣ ସହ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର କାଜ୍ୟକ୍ରମକୁ ପରିଚାଳନା କରିଥିଲେ । ବନ୍ଧୁମିଳନ କାଯ୍ୟକ୍ରମକୁ ଶ୍ରୀ ଅକ୍ଷୟ ଖେମୁଣ୍ଡୁ, ରାଜେନ୍ଦ୍ର ପାତ୍ର, ପ୍ରଦୀପ କୁମାର ସାହୁ, ମାନସ ରଞ୍ଜନ ବେହେରା, ଲକ୍ଷ୍ମଣ ପାଣିଗ୍ରାହୀ, ଶ୍ରୀକାନ୍ତ ରାଉଳ, ବିଶ୍ବରଂଜନ ରାୟ, ଉତ୍ତରା ବଳ ସହ ଅନ୍ୟ ସ୍କୁଲ ବନ୍ଧୁମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଉର୍ଦ୍ଧ ୧୯୯୦ବ୍ୟାଚର ମାଟ୍ରିକ ପୁରାତନ ଛାତ୍ର ଛାତ୍ରୀ ସପରିବାର ସହ ଅଂଶଗ୍ରହଣ କରିଥିଲେ। ଶେଷରେ ୧୯୯୦ ବ୍ୟାଚ ଓ ପରିବାର ସଦସ୍ୟଙ୍କ ଦ୍ଵାରା ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































