ସୁନାବେଡ଼ା ସ୍ଥିତ ୨୦୨ କୋବ୍ରା ବାଟାଲିୟନ ଠାରେ ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ/ସୁନାବେଡା (ବସନ୍ତ କୁମାର ସ୍ୱାଇଁ ): କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ୨୦୨ କୋବ୍ରା ବାଟାଲିୟନ ପରିସରରେ ତିନିଦିନ ଧରି ଚାଲିଥିବା ଚିତ୍ର କଳା ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି। ୨୦୨ କୋବ୍ରା ବାଟଲିୟନର କମାଣ୍ଡାଣ୍ଟ ବୃନୋ ଏଙ୍କ ତତ୍ତ୍ଵାବଧାନରେ ଏହି ପ୍ରଦର୍ଶନୀ ଗତ ୧୧ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ରବିବାର ୧୪ତାରିଖ ପର୍ଯ୍ୟନ୍ତ ଆଡମ୍ବର ସହ ପାଳନ କରାଯାଇଥିଲା। ଏହି ଅବସରରେ ୨୪୧ ବସ୍ତରିଆ ବାଟଲିୟନର କମାଣ୍ଡାଣ୍ଟ ପଦ୍ମ କୁମାର୍, ୪ର୍ଥ ସି.ଆର୍.ପି.ଏଫ୍. ବାଟଲିୟନର କମାଣ୍ଡାଣ୍ଟ ମନୋଜ ଯାଦବ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରିତ ହୋଇ ଆସିଥିଲେ। ଏହି ପ୍ରଦର୍ଶନୀରେ କୋରାପୁଟ , ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ୨୦ ଜଣ ଚିତ୍ର ଶିଳ୍ପୀ ଯୋଗ ଦେଇ ନିଜ ନିଜର ମୌଳିକ ଚିତ୍ର ଆଙ୍କିବା ସହ ସେ ଗୁଡ଼ିକୁ ପ୍ରଦର୍ଶନ କରିଥିଲେ। ସେମାନେ ହେଲେ ପଦ୍ମ ଚରଣ ଚୌଧୁରୀ, ଦାଶ ମୁର୍ମୁ , ମନୋଜ କୁମାର ମୁଦୁଲି, କେଶବ ଖରା, ହରି ଖରା , ସ୍ଵାତୀ ଜାନି, ଗୌରୀ ଭୁମିୟା , ପୋନ୍ନାଗାଣ୍ଟି ଶ୍ରୀନିବାସ, ନିବେଦିତା ମହାରଣା , ଲୋକନାଥ ବେହେରା , ଅଶୋକ ପାଣିଗ୍ରାହୀ , ପୁଷ୍ପାଞ୍ଜଳି ବେହେରା, ସୁରେଶ କୁମାର ନାୟକ, ସ୍ମିତା ସିଂ, ଅଜୟ କୁମାର ପାତ୍ର, ସାଇ ସ୍ମିତା ବେହେରା, ଶକ୍ତିମାନ ପାଣ୍ଡେ, ତ୍ରିନାଥ ମାଝୀ, ସୁଦର୍ଶନ ନାଗ ଓ ଉମାକାନ୍ତ ମହାରଣା । ଏହା ସହ ଉକ୍ତ ଚିତ୍ରକଳା ଗୁଡ଼ିକୁ ନିଲାମ କରିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଚିତ୍ରକର ମାନଙ୍କ ସମ୍ମାନାର୍ଥେ ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଜିଲ୍ଲାପାଳ ଅବବ୍ଦଲ ଏମ୍ ଅଖତର ଶୁକ୍ରବାର ଅପରାହ୍ନରେ କୋବ୍ରା ବାଟାଲିୟନ ଗସ୍ତ କରି କଳା ଚିତ୍ରଗୁଡ଼ିକୁ ଦେଖି ଚିତ୍ରକର ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଚିତ୍ର କଳା ଗୁଡ଼ିକର ନିଲାମରୁ ପ୍ରାପ୍ତ ଅର୍ଥରୁ ଅଧା ଭାଗ ଚିତ୍ରକରଙ୍କୁ ଦିଆ ଯିବାକୁ ବ୍ୟବସ୍ଥା ଥିବାବେଳେ ବଳକା ଅର୍ଥ ରାଶି ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାକୁ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିବା ଜଣା ପଡିଛି। ପରିଚାଳକ ଭାବେ ୨୦୨ର ସହକାରୀ କମାଣ୍ଡାଣ୍ଟ ପବନ କୁମାର ସିଂ,ସହକାରୀ କମାଣ୍ଡାଣ୍ଟ ଦକ୍ଷିଣା ମୂର୍ତ୍ତିକଳା ପରାମର୍ଶଦାତା ମାନସୀ
ସମସ୍ତ ଚିତ୍ରକର ମାନଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଯେ ଆସନ୍ତା ସୋମବାର ଦିନ ପ୍ରଶଂସିତ ଚିତ୍ରକଳା ଗୁଡ଼ିକୁ କୋରାପୁଟ ସ୍ଥିତ ଲଳିତ କଳା ଆର୍ଟ ଗ୍ୟାଲେରୀ ଠାରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇ ଅଛି ।

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































