ଆନ୍ତର୍ଜାତୀୟ ବଜାରରେ
କନ୍ଧମାଳ ହଳଦୀର ଚାହିଦା ବଢୁଛି ,ଚାଷୀ ଖୁସ

ଫୁଲ ବାଣୀ (ସୁନୀଲ ପଟନାୟକ )
ଦିନକୁ ଦିନ ଜାତୀୟ ଓ ଆନ୍ତର୍ଜାତୀୟ ମାର୍କେଟରେ କନ୍ଧମାଳ ହଳଦୀର ଚାହିଦା ବଢିବାରେ ଲାଗିଛି । ଫଳରେ ହଳଦୀ ଚାଷୀ ମଧ୍ୟ ଆଗ ଅପେକ୍ଷା ଦି ପଇସା ଅଧିକ ପାଉଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି । ଗୁଣବତ୍ତା ଦୃଷ୍ଟିରୁ କନ୍ଧମାଳ ହଳଦୀକୁ ପ୍ରଥମେ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବାବେଳେ ପରେ ୨୦ ୨୧-୨୨ରେ ଏନଆଇପିଆୱ।ର୍ଡ ମିଳିଛି । ଯାହାଫଳରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଚାହିଦା ବଢିଥିବା ଜଣାପଡିଛି। ହଳଦୀ ଚାଷ ପ୍ରତି ଚାଷୀ ଙ୍କ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି ଫଳ ରେ ଏ ବର୍ଷ ହଳଦୀଉତ୍ପାଦନ ମଧ୍ୟ ଢେର ବଢିଛି । ପ୍ରାୟ ୧୫ ଶହ ମେଟ୍ରିକ ଟନ ହଳଦୀ ଉତ୍ପାଦନ ହୋଇଥିବା ଜଣାପଡିଛି।
୨୦୨୧-୨୨ରେ ଜିଲ୍ଲାରେ ୧୩ ହଜାର ୩୪୭ ହେକ୍ଟର ଜନରେ ହଳଦୀ ଚାଷ ହୋଇଥିଲା। ବିଶେଷକରି ଦାରିଙ୍ଗ ବାଡି , କନୁଆଗାଁ, ରାଇକିଆ, ଜି ଉଦୟଗିରୀ ଓ ଫିରିଙ୍ଗିଆ ଏପରି ୫ଟି ବ୍ଳକର ଅଧିକ ହଳଦୀ ଚାଷ ହେଉଥିବାବେଳେ ଅନ୍ୟ ୭ଟି ବ୍ଳକରେ କମ ପରିମାଣ ହଳଦୀ ଚାଷ ହେଉଥିବା କସମର ସଂପାଦକ ସଂଜିତ ପଟନାୟକ କହିଛନ୍ତି।କସମ ନିଜର ସୋସାଇଟି ମାଧ୍ୟମରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀଙ୍କଠାରୁ ସେମାନଙ୍କ ଦୁଆରମୁହରୁ ନିର୍ଦ୍ଧାରୀତ ମୁଲ୍ୟ କେଜି ପିଛ।୬୦ ଟଙ୍କା ମୂଲ୍ୟରେ ହଳଦୀ କିଣୁ ଥିବାବେଳେ କିଛି ରାଜ୍ୟ ଓ ରାଜ୍ୟ ବାହାରରବ୍ୟବସାୟୀ ମଧ୍ୟ ହଳଦୀ କିଣୁଛନ୍ତି । ହେଲେ .ସେହି ବ୍ୟବସାୟୀମାନେ କମ ଦରରେ କିଣୁଥିବାରୁ ଚାଷୀ ଶୋଷଣରଶୀକାର ହେଉଛନ୍ତି। ଉପଯୁକ୍ତ ମୂଲ୍ୟ ପାଇପାରୁନି ।
ଏପଟେ ଅର୍ଥ ଅଭାବରୁ କସମ ସଂସ୍ଥା ଉତ୍ପାଦିତ ସବୁ ହଳଦୀ କିଣି ପାରୁନି । କସମ ପ୍ରାୟ ୧୫୦୦ମେଟିକ ଟନ ହଳଦୀ କିଣିବ ବୋଲି କସମ ସଂପାଦକ ସଂଜିତ ପଟ୍ଟନାୟକ କହିଛନ୍ତି ।
କସମର ଏକ ଅତ୍ୟାଧୁନୀକନିଜସ୍ଵ ହଳଦୀ ପ୍ରୋସେସିଂ ୟୁନିଟ ବନ୍ଧ ଗଡ଼ଠାରେ ରହିଛି । ହଳଦୀଗୁଣ୍ଡ କେଜି ୧୧୦ ଟଙ୍କାରେ କ ସମ ବିକ୍ରୀ କରୁଛି ।
କସମ ସଂପାଦକ ସଂଜିତ ପଟ୍ଟନାୟକ ଦୀର୍ଘ ୧୦ ବର୍ଷ ପାଖାପାଖି ହେବ ଦାୟୀତ୍ବରେ ରହିବା ପରଠାରୁ ନିଷ୍ଠା ଓ ଆନ୍ତରୀକତା ର ସହ ଚାଷୀମାନଙ୍କ ସ୍ଵାର୍ଥ ଓ ସୁରକ୍ଷା ଦିଗରେ କାର୍ଯ୍ୟ କରି ସଂସ୍ଥାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପଟ୍ଟନାୟକଙ୍କ ଉନ୍ନତ ତଥା ଗଠନ ମୂଳକ ଚିନ୍ତାଧାରା, କାର୍ଯ୍ୟଶୈଳୀ, ନିଜର କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନକୌଶଳ ଯୋଗୁଁ ତାଙ୍କ ସମୟରେ ହଳଦୀ କୁ ଜିଆଇ ମାନ୍ୟତା ଓ ଏନଆଇପିଆୱ।ର୍ଡ଼ ସହ ଅନେକ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନୀତ ହୋଇଛି । ଆଗକୁ ହଳଦୀ ଚାଷୀ ଯେପରି ଅଧିକରୁ ଅଧିକ ମୂଲ୍ୟ ପାଇବା ସହ , ଅନ୍ୟାନ୍ୟ ସହାୟତା ଯଥା ଇନସୁରେ ନ ସ, ବିନା ସୁଧରେ ହଳଦୀଚାଷୀଙ୍କୁ ରଣ ପ୍ରଦାନ, ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷା ସୁବିଧା ଆଦି ଯେପରି ମିଳିବ ସେଥିପାଇଁ କସମ ସଂପାଦକ ପଟ୍ଟନାୟକ ଉଦ୍ୟମ ଜାରୀ ରଖିଥିବା କହିଛନ୍ତି ।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































