ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ରେ ଅମଲା ଙ୍କ ଆନ୍ଦୋଳନ, ଅଫିସ କାମ ଠପ

ଫୁଲବାଣୀ
ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଯୋଗ୍ୟତା ଆଧାରରେ ଦରମା ଲେବେଲ୍-୯, ଗ୍ରେଡ୍ ପେ ୧୯୦୦ ରୁ ୪୨୦୦ କୁ ବୃଦ୍ଧି ଦାବି ନେଇ କୋଟଗଡ଼ ର ବ୍ଲକ୍, ତହସିଲ, ଆଇ.ସି.ଡି.ଏସ୍, ମେଡିକାଲ, ଓ ବିଇଓ ଅଫିସ୍ ରେ କାର୍ଯ୍ୟରତ ସମସ୍ତ ଅମଲା ଯଥା କନିଷ୍ଠ କିରାଣୀ, ବରିଷ୍ଠ କିରାଣି, ବିଭାଗୀୟ ଅଧିକାରୀ ଆଜି ଜୁନ୍ ୧ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହି ବ୍ଲକ୍ କାର୍ଯ୍ୟାଳୟ ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ସରକାର ଅମଲା ଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ୨୦୧୩ ମସିହାରୁ ମେଟ୍ରିକ୍ ରୁ ଯୁକ୍ତ ଦୁଇ ତତ୍ ପରେ ୨୦୧୭ ମସିହାରୁ କମ୍ପ୍ୟୁଟର ଜ୍ଞାନ ସହ ସ୍ନାତକ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ମେଟ୍ରିକ୍ ହାରରେ ଦରମା ପ୍ରଦାନ କରୁଛନ୍ତି ଦରମାରେ ଟଙ୍କାଟିଏ ମଧ୍ୟ ବୃଦ୍ଧି କରି ନାହାନ୍ତି। ସୂଚନା ଥାଉକି ଅମଲା ସଂଘ ୨୦୨୨ ମସିହା ନଭେମ୍ବର ୧୫ ତାରିଖରେ ୩୦ ଗୋଟି ଜିଲ୍ଲାର ସମସ୍ତ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ, ତାପରେ ୨୦୨୨ ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିଶାଳ ଅମଲା ସମାବେଶ କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ୨୦୨୩ ମେ ମାସ ୧ ତାରିଖରେ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରିଥିଲେ। ଏବଂ ମେ ମାସ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ଵ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ ପ୍ରଦର୍ଶନ କରିଥିଲେ କିନ୍ତୁ ଜିଲ୍ଲା ସ୍ତରୀୟ ଅମଲା ଙ୍କ ଦାବି କୁ ସରକାର ଅଣଦେଖା କରିବାରୁ ରାଜ୍ୟ ମିଳିତ ଅମଲା ମଞ୍ଚର ନିଷ୍ପତି କ୍ରମେ ଆଜି ଜୁନ୍ ୧ ରୁ ଓଡ଼ିଶାର ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବା ଫଳରେ କାର୍ଯ୍ୟାଳୟ ଗୁଡିକରେ କାମ ଠପ ହୋଇଯାଇଛି l
ଅସିତ ସ୍ୱାଇଁ ଓ ଦେବେନ୍ଦ୍ର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































