ବାହାନାଗା ରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା, ୩ ଶହ ମୃତ

ଭୁବନେଶ୍ୱର ( ଉଲ୍ଲାପ୍ର )ସନ୍ଧ୍ୟା 6 ଟା 50 ମିନିଟ, ଓଡିଶାର ବାଲେଶ୍ୱର ବାହାନାଗା ଆକାଶ ରେ ଘୋଟି ଆସିଥିଲା ଅନ୍ଧାର ରାତି, କେହି କିଛି ବୁଝିବା ବେଳକୁ ପ୍ରଚଣ୍ଡ ଶବ୍ଦ କରି ତିରିଶ ଫୁଟ ଉପରକୁ ଉଠିଯାଇଥିଲା ଟ୍ରେନ, ଢ଼ୋ ଢା ଶବ୍ଦରେ ସମଗ୍ର ବାହାନାଗା ଅଞ୍ଚଳ ପ୍ରକମ୍ପିତ ହୋଇ ପଡିଥିଲା, କୋଉଠି କଣ ଘଟିଲା ବୋଲି ଲୋକେ ଘରୁ ବାହାରି ଆସିଥିଲେ, ସବୁ ଆଡକୁ ଅନାଇ ପରସ୍ପର ଭିତରେ କଥା ହେଉଥିବା ବେଳେ ଅଳ୍ପ ସମୟ ଭିତରେ ତ୍ୱରିତ ବେଗରେ ସବୁଆଡେ ପ୍ରଘଟ ହୋଇଗଲା

ବାହାନାଗା ନିକଟରେ ବଡ ଧରଣର ରେଳ ଦୁର୍ଘଟଣା ହୋଇଛି, ଷ୍ଟେସନ ନିକଟବର୍ତ୍ତୀ ରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଲୋକଙ୍କ ସୁଅ ସେହି ଅନ୍ଧାର ରାତିରେ ଦୁର୍ଘଟଣା ସ୍ଥଳ ଆଡକୁ ସମସ୍ତେ ମାଡି ଚାଲିଲେ, ଅଳ୍ପ କିଛି ସମୟ ମଧ୍ୟରେ ଦୁର୍ଘଟଣା ସ୍ଥଳ ଲୋକାରଣ୍ୟ ହୋଇ ଉଠିଲା, ଅନ୍ଧାର ରାତିରେ ଜଣାପଡ଼ିଲା ପୂର୍ବାଞ୍ଚଳ ର ସବୁଠାରୁ ଦ୍ରୁତତ୍ତମ ଟ୍ରେନ କରମଣ୍ଡଳ ସହିତ ହାଓଦା ଚେନାଇ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ହୋଇଛି, ଅନ୍ଧାର ରାତିର ଦୃଶ୍ୟ ଏପରି ଥିଲା କେହି କାହାରିକୁ ଚିହିଁ ପାରୁ ନଥିଲେ ମଧ୍ୟ ସମସ୍ତେ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଥିଲେ, ଏହାପରେ ପୋଲିସ, ଅଗ୍ନିଶମ, ଏନ ଡି ଆର ଏଫ, ଓସଡ଼ମା, ସ୍ଥାନୀୟ ସ୍ବେଛାସେବୀ ଏପରି ଆହୁରି ଅନେକ ଲୋକ ଅନ୍ଧାର ରାତ୍ରିରେ ଦୁର୍ଘଟଣାରେ ଆହତ ଲୋକ ମାନଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ, ମୃତୁରେ ଅଦ୍ୟାବଧି 288 ଜଣ ଯାତ୍ରୀଙ୍କ ମୃତୁ ଘଟିଥିବା ବେଳେ ଭାରତରେ ଏହା ସବୁଠାରୁ ବଡ ରେଳ ଦୁର୍ଘଟଣା ବୋଲି ଆଲୋଚନା ହେଉଛି, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ଶିକ୍ଷାମନ୍ତ୍ରୀ , ସମସ୍ତେ ଶୋକ ପ୍ରକାଶ କରିଥିବା ବେଳେ ରେଳ ବିଭାଗ ପକ୍ଷରୁ ମୃତକ ମାନଙ୍କ ପାଇଁ ଦଶଲକ୍ଷ୍ୟ ଟଙ୍କା ଏବଂ ଆହତ ମାନଙ୍କ ପାଇଁ ଦୁଇଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର, ଘଟଣା ସ୍ଥଳକୁ ରେଳ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯାଇ ବୁଲି ଦେଖି ଆସିଛନ୍ତି, ପ୍ରଥମ ପଦକ୍ଷେପ ହେଉଛି ଲୋକଙ୍କୁ ବଞ୍ଚାଇବା ବୋଲି ରେଳମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱ ଓଡ଼ିଶାରେ ହୋଇଥିବା ବଡ଼ ଧରଣାର ରେଳ ଦୁର୍ଘଟଣା ଘଟଣା ରେ ଶୋକ ବ୍ୟକ୍ତ କରିଛନ୍ତି,

Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































