ଆଠଗଡ ରେ ବିଜେପିର ମହମବତୀ ଶୋଭାଯାତ୍ରା

ଆଠଗଡ ( ଉଲ୍ଲାପ୍ର )ବାଲେଶ୍ୱର ବାହାନାଗା ରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ମୃତୁ ବରଣ କରିଥିବା ଯାତ୍ରୀମାନଙ୍କ ଉଦେଶ୍ୟରେ ଶନିବାର ସନ୍ଧ୍ୟା ରେ ଆଠଗଡ ବିଜେପି ତରଫରୁ ଏକ ମହମବତୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା, ଯୋଉ ଯାତ୍ରୀମାନେ ଏହି ରେଳ ଦୁର୍ଘଟଣାରେ ମୃତୁ ବରଣ କରିଥିଲେ ସେମାନଙ୍କର ଆତ୍ମାକୁ ଶାନ୍ତି ଦେବାପାଇଁ ରଘୁନାଥ ମନ୍ଦିରରେ ଏକ ସାମୁହିକ ପ୍ରାର୍ଥନା କରାଯାଇଥିଲା ବିଜେପି ପକ୍ଷରୁ, ଏହି ଶୋଭାଯାତ୍ରା ରେ ଆଠଗଡ ଓକିଲ ସଙ୍ଘ ସଭାପତି ଜଗଦାନନ୍ଦ ତ୍ରିପାଠୀ, ସରୋଜ ଦାସ,ନୂତନ ରାଉତ, ପ୍ରକାଶ ସେଠି, ପୀତବାସ ନାଏକ, ଇଲା ପଣ୍ଡା ପ୍ରମୁଖ ଏବଂ ଅନ୍ୟାନ୍ୟ ବିଜେପି କର୍ମୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ରଘୁନାଥ ମନ୍ଦିର ରେ କ୍ୟାଣ୍ଡେଲ ଜାଳିଥିଲେ,

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































