ସରକାରୀ ଗୋଚର ଜମିକୁ ଉଛେଦ ପାଇଁ ନିର୍ଦେଶ ଥିଲେ ମଧ୍ୟ ପୋଲିସ ମିଳୁନାହାଁନ୍ତି

ଆଠଗଡ ( ଉଲ୍ଲାପ୍ର )ଆଠଗଡ
ତହସିଲଦାର ଅଭିଯୋଗ କାରି ମାନଙ୍କ ଅଭିଯୋଗ ରଖୁଥିଲେ ମଧ୍ୟ ଏହା ଉପରେ ତହସିଲଦାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ଯାହା ଫଳରେ ଆଠଗଡ ବିଜେପି ନେତା ଅଭୟ ବାରିକ ଆଠଗଡ ତହସିଲଦାର ଙ୍କୁ ଘଟଣା ସମ୍ପର୍କ ରେ ପଚାରିବାକୁ ଯାଇଥିବା ବେଳେ ତହସିଲଦାର ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ତହସିଲଦାର କିଛି କରିପାରିବେ ନାହିଁ ବୋଲି କହିବାରୁ ଅଭୟ ବାରିକ ଓ ତାଙ୍କ ସମର୍ଥକ ମାନେ ତହସିଲ ଅଫିସ ଆଗରେ ଧାରଣା ଦେଇଥିଲେ, ଆଠଗଡ ରାଧାଦାମୋଦର ପୁର ଠାରେ ଥିବା ଧବଳେଶ୍ୱର କଲେଜ ରେ ଗୋଚର ଜମିକୁ କଲେଜ ମାଡି ବସିଥିବା ବେଳେ ସେହି ଜମିରୁ କଲେଜକୁ ହଟା ଯାଉନାହିଁ, ସେହିପରି କୁମାରପୂର ପଞ୍ଚାୟତ ରେ ରଞ୍ଜନ ଆଚାର୍ଯ୍ୟ ଗୋଚର ଜମିକୁ ମାଡିବସିବା ସହିତ ହେଟା ଗଡା ଠାରେ ସରକାରୀ ଜମିରୁ ପଥର କଟା ଚାଲିଛି, ଅନ୍ୟପଟେ ରାଧାଗୋବିନ୍ଦପୁର ପଞ୍ଚାୟତ ସୁଧାଂଶୁ ମୋହନପୁର ସହର ସାହିରେ ପଥର ଖାଦାନ କୁ ପୋତା ଚାଲିଥିବା ବେଳେ କାହା ସ୍ଵାର୍ଥ୍ୟରେ ପୋତା ଚାଲୁଛି ତା ଉପରେ ତହସିଲଦାର ମୁହଁ ଖୋଲୁ ନାହାଁନ୍ତି, ଏହି ସବୁଘଟଣା ନେଇ ବାରମ୍ବାର ଅଭିଯୋଗ କରାଯାଇ ଆସୁଥିଲେ ସୁଦ୍ଧା ଆଠଗଡ ତହସିଲଦାର କୌଣସି ପଦକ୍ଷେପ ନ ନେବାରୁ ଶେଷରେ ଧାରଣା ଦେଇଥିଲେ ବିଜେପି କର୍ମୀମାନେ, ଆଠଗଡ ଅତିରିକ୍ତ ତହସିଲଦାର ଆନ୍ଦୋଳନ କାରି ମାନଙ୍କୁ ସେହି ସବୁ ଜମି ଉପରୁ ଉଛେଦ ହେବ ବୋଲି ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ କାରି ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































