ଗଦ୍ରିଙ୍ଗିଆ ଘାଟିରେ ପେଟ୍ରୋଲ ଟ୍ରକ ଓଲଟିଲା : ଗାଈର ମୃତ୍ୟୁ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟିର ଇପିଗୁଡା ଛକଠାରେ ବୁଧବାର ସନ୍ଧ୍ୟା ରେ ଗୋଟିଏ ପେଟ୍ରୋଲ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି, l ଯାହାଫଳର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ, ଗୋଟିଏ ଭାରତ ପେଟ୍ରୋଲ ଟ୍ରକ ନଂ ଓଡି-୦୪ଜି-୨୬୮୧ ପାରାଦୀପରୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ ଗଦ୍ରିଙ୍ଗିଆ ଘାଟିର ଇପିଗୁଡା ଛକଠାରେ ବିପରିତ ଦିଗରୁ ଚାରୋଟି ଗାଡି ଦ୍ରୁତ
ଗତିରେ ଏହି ଟ୍ରକର ସମ୍ମୁଖରେ କାଟିଯିବା ଫଳରେ
ଏହି ପେଟ୍ରୋଲ ଗାଡି ଏହି ଚାରୋଟି ଗାଡିକୁ ବଞ୍ଚାଇବାକୁ ଯାଇ ଜୋରରେ ବ୍ରେକ ଦେଇଥିଲେ । ଯାହାଫଳରେ ଏହି ଟ୍ରକଟି ରାସ୍ତା ମଝିରେ ଓଲଟି ଯାଇଥିଲା । ଟ୍ରକର ଧକ୍କା ଫଳରେ ଗୋଟିଏ ଗାଈ ମରିଯାଇଛି । କିନ୍ତୁ ଆଉ କାହାର କିଛି କ୍ଷତି ହୋଇନାହିଁ । ଏହି ଟ୍ରକ୍ରଟି ଦୁର୍ଘଟଣା ହୋଇଯିବା ଖବର ପାଇବା ପରେ ଲୋକେ ଏହି ଟ୍ରକରେ ଥିବା ପେଟ୍ରୋଲକୁ ବୋତଲ, ବାଲତି, ଡେକଚିରେ ବୋହି ନେଉଥିବା ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସି ତଦନ୍ତ ଅବ୍ୟାହତ ରଖିଛନ୍ତି ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































