ଜି.ଉଦୟଗିରି ଏନଏସି ଅଧ୍ୟକ୍ଷାଙ୍କ ହୃଦଘାତରେ ପରଲୋକ

Udaya_Labanya | July 17, 2023 | 10 views |0 | Breaking News , District


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର(୫୦) ଙ୍କ ସୋମବାର ଦିନ ୩ଟା ସମୟ ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ହୃଦଘାତ ରେ ଦେହାନ୍ତ ହୋଇଥିବା ଜଣାପଡିଛି। ସେ କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହୋଇ ଫେରିଥିଲେ l ପୁଣି ଚେକ ଅପ ପାଇଁ ଦୁଇ ତିନି ଦିନ ହେବ ଭୁବନେଶ୍ୱର ଯାଇଥିବା ବେଳେ ଛାତି ରେ ଅଧିକ ଯନ୍ତ୍ରଣା ଅନୁଭବ କରିବା ପରେ ସେଠାରେ ମୃତ୍ୟୁ ହେଇଥିଲା। ସୂଚନା ଅନୁଯାଇ,ସେ ୨୦୨୨ ପୌର ନିର୍ବାଚନ ନିର୍ବାଚିତ ହୋଇ ଅଧ୍ୟକ୍ଷା ପଦ ହାତେଇ ଥିଲେ l ୨୦୦୮-୨୦୧୩ କାଉନସିଲର,୨୦୧୪- ୨୦୧୯ ଉପାଧକ୍ଷ ଭାବେ କାର୍ଯ୍ୟ କରିଥିଲେ। ବିଜେଡ଼ିର ଜଣେ ଟାଣୁଆ ମହିଳା ନେତ୍ରୀ ଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ ସମଗ୍ର ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Archives

Categories