ଥାନା ପୋଡି ସହ ପୋଲିସ ଉପରେ ଆକ୍ରମଣ ଘଟଣା ପରେ
ଗିରଫଦାରୀ ଭୟରେ ଗାଁ ଖାଁ ଖାଁ

ଫୁଲବାଣୀ-ସୁନୀଲ ପଟନାୟକ
ଶନିବାର ଫିରିଙ୍ଗିଆ ଥାନା ପୋଡି ଓ ପୋଲିସ ଉପରେ ଆକ୍ରମଣ ଘଟଣା ପରେ ଗିରଫ ଦାରୀ ଭୟରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ କିଛି ଗାଁ ପୁରୁଷ ଶୁନ୍ୟ ହୋଇପଡିଛି । ଆଜି ବି ପିରିଙ୍ଗିଆ ରେ ଦୋକାନ ବଜାର ବନ୍ଦ ରହିଥିବା ଦେଖା ଯାଇଛି ।
ଶନିବାର ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ପୋଲିସ ଉପରେ ଆକ୍ରମଣ କରିବା ସହ ଥାନା ପୋଡି ଘଟଣାପରଠାରୁ ଫିରିଙ୍ଗିଆ ସମେତ ଆଖ ପାଖ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣା ପରଠାରୁ ଫିରିଙ୍ଗିଆ ରେ ଦୋକାନ ବଜାର ବନ୍ଦ ରହିବା ସହ ନିକଟ ବର୍ତ୍ତୀ ମାସିରପଡ଼ା ଗ୍ରାମର ଲୋକେ ଗିରଫ ଭୟରେ ଗାଁ ଛାଡ଼ି ଚାଲିଯାଇଛନ୍ତି । ସେହି ଦିନଠାରୁ ଗାଁ ପୁରୁଷ ଶୁନ୍ୟ ହୋଇପଡିଛି । ଖାଁ ଖାଁ ଲାଗୁଛି ଗାଁ । କେବଳ ହାତଗଣତି କିଛି ବୁଢା ବୃଢି ଙ୍କୁ ଛାଡିଦେଲେ ଗିରଫ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି ଅନ୍ୟମାନେ, I ବର୍ତ୍ତମାନ ସୁଧା ଏହି ଘଟଣା ରେ ପୋଲିସ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ତେବେ,ପୋଲିସ ଅଭିଯୁକ୍ତ ମାନଙ୍କୁ ଛାଡି ନିରୀହ ଲୋକଙ୍କୁ ଗିରଫ କରିବା ସହ ଅନ୍ୟ ମାନଙ୍କୁ ଖୋଜୁଥିବା ଅଭିଯୋଗ କରିଛନ୍ତି ମାସିରପଡ଼ା ଗ୍ରାମବସୀ। ପୋଲିସ ଘଟଣା ରେ ସଂପୃକ୍ତ ଥିବା ପ୍ରକୃତ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ କହିଛନ୍ତି ଗ୍ରାମବାସୀl
ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଅନାମ ନା ଏକ ମଧ୍ୟ ଘଟଣା ସ୍ଥଳ ଅନୁଧ୍ୟାନ କରି ଏହା ଲୋକଙ୍କ ପୁଞ୍ଚିଭୁତ ଅସନ୍ତେ।ଷ ର ପରିଣାମ ବୋଲିି କହିବା ସହ ପୋଲିସ ନିରିହ ଲୋକ ଙ୍କୁ ଗିରଫ ନକରି ପ୍ରକୃତ ଦୋଷୀ ଙ୍କୁ ଚିହ୍ନଟ କରି ଗିରଫ କରିବା ଆବଶ୍ୟକ ବୋଲି କହିଥିଲେ
ବାଇଟ-ଗ୍ରାମବାସୀ
ବାଇଟ-ଅନାମ ନା ଏକ
ଜିଲ୍ଲା କଂଗ୍ରେସ ସଭାପତି
। ସେହିପରି ଫୁଲବାଣୀ ବିଧାୟକ ମଧ୍ୟ ଘଟଣାର ଅନୁଧ୍ୟାନ କରି ପ୍ରକୃତ ଦୋଷୀ କୁ ଗିରଫ କରିବା କୁ କହିଛନ୍ତି ।
ବାଇଟ-ଅଙ୍ଗଦ କହଁର
ବିଧାୟକ ଫୁଲ ବାଣୀ
ଏଫ ଭିଓ
ତେବେଆଗକୁ ପୋଲିସ କି ପଦକ୍ଷେପ ନେଉଛି ତାହା ଦେଖିବାର କଥା ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































