ଆଖି ଆଗରେ ମାଡିଗଲା ବସ, ଅଟୋକୁ ପିଟି ଦୋକାନ ଭିତରେ ପଶିଗଲା ବସ, ଡ୍ରାଇଭର କୁ ବାତ ମାରିବାରୁ ଘଟିଲା ଦୁର୍ଘଟଣା

ଆଠଗଡ ( ଉଲ୍ଲାପ୍ର )ଆମ ଆଖି ଆଗରେ ମାଡି ଆସିଲା ଆରତୀ ଷ୍ଟିଲ ପ୍ଲାଣ୍ଟ ର ବସ, ହେଇ ହେଇ କହିବା ବେଳକୁ ମାଡିଜାଇ ଅଟୋକୁ ପିଟି ଏକ ଦୋକାନ ଭିତରେ ପଶିଗଲା ବସ ଟି, ଏହି ଘଟଣା ଆଜି ଦିନ 11 ଟା 30 ବେଳର, ଆରତୀ ଷ୍ଟିଲ ପ୍ଲାଣ୍ଟ ର ବସ ଟି ଖୁଣ୍ଟୁଣୀ ପଟୁ ଆଠଗଡ କୁ ଆସୁଥାଏ, ଭୋଗରା ରୁ କିଛି ଲୋକ ଉଠିଥିଲେ ଆଉ ଆଠଗଡ ରେ ଓଲ୍ହାଇଥାନ୍ତେ, ଅଚାନକ ଗୋପବନ୍ଧୁ ଛକ ଉପରେ ଥିବା ଗେଟକୁ ପିଟି ଏକ ଅଟୋକୁ ପିଟି କ୍ଷଣିକ ମଧ୍ୟରେ ପଶିଗଲା ମୁନା ଚପଲ ଦୋକାନ ମଧ୍ୟରେ, ସାଧାରଣ ଲୋକ ଡ୍ରାଇଭର କୁ ମାଡ଼ ମାରିବାପାଇଁ ଉଦ୍ୟତ ହେଉଥିବା ବେଳେ ଜଣା ପଡିଲା ବସ ଡ୍ରାଇଭର କୁ ବାତ ମାରିବାରୁ ସେ ତଳେ ପଡିଯାଇଥିଲା ଏବଂ ବସ ଟି କ୍ଷଣିକ ମଧ୍ୟରେ ରାସ୍ତା ଉପରେ ଥିବା ଗେଟକୁ ପ୍ରଥମେ ଘସିଥିଲା ଶବନ ସାଇଟ କାଚ ଭାଙ୍ଗିଥିଲା ଏହାପରେ ଏକ ଅଟୋ ରାସ୍ତା କଡରେ ରହିଥିବା ବେଳେ ତାକୁ ପିଟିକି ଘୋଷାରି ନେଇଥିଲା ପରେ ଏକ ବାଇକ ଉପରେ ବସ ଟି ଚଢ଼ିଯିବା ପାଇଁ ଆସୁଥିବା ବେଳେ ବାଇକ ଚାଳକ ସିଧା ବାଇକ ଟିକୁ ଦୌଡ଼ାଇ ନେବାରୁ ନିଜ ଜୀବନ ବଞ୍ଚି ଯାଇଥିଲା, ଏହାପରେ ବସ ଟି ସିଧା ବାମକୁ ମାଡିଜାଇ ମୁନା ଚପଲ ଦୋକାନ ଓ ଆଉ

ଏକ ଦୋକାନ ମଧ୍ୟରେ ପଶି ଯାଇ ସେଠି ରହିଯାଇ ଥିଲା, ଗୋପବନ୍ଧୁ ଛକର ବ୍ୟବସାୟୀ ମାନେ ବସ ଭିତରୁ ଡ୍ରାଇଭର କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି, ଆରତୀ ଷ୍ଟିଲ ପ୍ଲାଣ୍ଟ ବସ, ଅଟୋ କୁ ଆଠଗଡ ଥାନା ପୋଲିସ ଜବତ କରି ଥାନାକୁ ନେଇ ଯାଇଛନ୍ତି, ଆମ ଆଖି ଆଗରେ ଘଟିଗଲା ଏଭଳି ସିରିଜ ଦୁର୍ଘଟଣା ହେଲେ ସୌଭାଗ୍ୟ ବଶତଃ ଅନେକ ଲୋକ ରାସ୍ତାରେ ଯାଉଥିଲେ ମଧ୍ୟ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛନ୍ତି,

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































