ଏସି ଲଗାଇବାକୁ କେନ୍ଦ୍ର କରି ବ୍ରହ୍ମବରଦାରେ ମହାଭାରତ, ଥାନାର ଦ୍ୱାରସ୍ଥ

ଯାଜପୁର ( ଉଲ୍ଲାପ୍ର )
ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ନ୍ତଗତ ମଙ୍ଗଳପୁର ପଂଚାୟତ ର କୋଠିଡିହ ଗ୍ରାମ ର ସେକ୍ ମୁସ୍ତାକ ଅଲ୍ଳିଙ୍କ ସ୍ତ୍ରୀ ଫରଜାନା ପର ୱିନ ପଡ଼ୋଶୀଙ୍କ ଘରେ ଲାଗିଥିବା. ଏସିକୁ ନେଇ ବ୍ରହ୍ମବରଦା ଥାନାର ଦ୍ୱାରସ୍ଥ ହୋଇଥିଲେ । ସୂଚନା ଅନୁଯାୟୀ ଗତ ଦୁଇମାସ ପୂର୍ବରୁ ଫରଜାନା ପରୱିନଙ୍କ ପଡ଼ୋଶୀ ସ୍ୱର୍ଗତ ମୁନ୍ନା ଖାଁଙ୍କ ସ୍ତ୍ରୀ ନିଲୋ ବିବି ନିଜ ଘରେ ଏକ ଏସି ଲଗାଇଥିଲେ, ଏସିର ପଙ୍ଖାଟି ଫରଜାନା ପରୱିନଙ୍କ ଘରଆଡ଼କୁ ଲଗାଇଥିଲେ. ଯାହାଫଳରେ ଏସିର ନିର୍ଗତ ହେଉଥିବା ଗରମ ପବନ ଫରଜାନା ଘରେ ପଶିବା ଦ୍ୱାରା ରୋଗା କ୍ରାନ୍ତ ଶଶୁର ସେକ୍ ଦିଦାର ଅଲ୍ଳୀ ଓ ତିନି ପିଲା ଏସିର ଗରମ ପବନ କୁ ସହ୍ୟ କରିପାରୁ ଏସୀ କୁ ସେହିଠାରୁ ଉଠେଇଦେବାକୁ କହିଥିଲେ . ଏହି କାରଣରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା. ଏହା ଫଳରେ ଫରଜାନାଙ୍କ ପରିବାର ବ୍ରହ୍ମବରଦା ଥାନାରଦ୍ୱାରସ୍ଥ ହୋଇଥିଲେ. ମଧ୍ୟ୍ୟ ପୋଲିସ କିଛି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିନଥିଲା . ଫରଜାନାଙ୍କ ସ୍ୱାମୀ ବିଦେଶରେ ରହୁଥିବା ହେତୁ ଏହାର ସୁଯୋଗ ନେଇ. ନିଲୋ ବିବି ତାଙ୍କ ଦୁଇ ଭାଇ ମଝର ଓ ଦୁଲ୍ଳାଙ୍କ ଯାହାଙ୍କ ଘର ମହେଶ୍ୱରପୁର ଙ୍କୁ ଡ଼କାଇ ବିଭିନ୍ନ ସମୟରେ ଏସି ଲଗାକୁ କେନ୍ଦ୍ର କରି ଫରଜାନା ପରୱିନଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଗତ ୧୬/୦୮/୨୦୨୩ରିଖ ସକାଳେ ନିଲୋ ବିବି ନିଜ ପୁଣି ଦୁଇ ଭାଇଙ୍କୁ ଡ଼କାଇ ଫରଜାନାଙ୍କୁ ଗାଲି ଗୁଲଜ କରିବା ସହ ଟଣା ଓଟରା କରିଥିଲେ. ଏହା ଦେଖି ଘରେ ଥିବା ବୃଦ୍ଧ ଶଶୁର ଦିଦାର ଘରୁ ବାହାରି ଅଟକାଇବାକୁ ଚେଷ୍ଟା କରିବାରୁ ମଜର ଓ ଦୁଲ୍ଳା ତାଙ୍କୁ ଧକ୍କା ଦେବା ଦ୍ୱାରା ଦିଦାର ତଳେ ପଡ଼ିଯାଇ ବେହୋସ ହୋଇଯିବା ଫଳରେ । ଦିଦାର ଙ୍କୁ ବ୍ରହ୍ମବରଦା ସ୍ଥିତ ସରକାରୀ ସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସିତ କରାଇବା ପରେ ଫରଜାନା ପରବିନ ବ୍ରହ୍ମବରଦା ଥାନାରେ ପୁର୍ନବାର ଲିଖିତ ଅଭିଯୋଗ କରିବାପରେ । ବ୍ରହ୍ମବରଦା ପୋଲିସ ଉକ୍ତ ଲିଖିତ ଅଭିଯୋଗକୁ ଆଧାର କରି ୯୫/୨୦୨୩ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି.ଦେଖିବାକୁ ବାକି ରହିଲା ସେ ଅସହ୍ୟ ମହିଳାଙ୍କୁ କେବେ ନ୍ୟାୟ ମିଳୁଛି.
Location :ବ୍ରହ୍ମବରଦା
ଯାଜପୁର ରୁ ସୁଶାନ୍ତ ଜେନା ଙ୍କ ରିପୋର୍ଟ ଉଦୟ ଲବଣ୍ୟ ଡଟ ଇନ!

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































