ବଇଡ଼ା ହାଇସ୍କୁଲ ରେ ଆଇନ୍ ସଚେତନତା ଶିବିର

ଫୁଲବାଣୀ( ଉଲ୍ଲାପ୍ର )ଫୁଲବାଣୀ ବ୍ଳକ ଅନ୍ତର୍ଗତ ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଡା ଠାରେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁଶୀଳା ରଏ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ, କମଳକାନ୍ତ ପଣ୍ଡା, ଉପ-ଅରକ୍ଷୀ ଆଧିକ୍ଷକ, ଫୁଲବାଣୀ, ଶ୍ରୀମତୀ ଜୟନ୍ତୀ ପାଣୀଗ୍ରାହୀ, ମୁଖ୍ୟ ଲିଗାଲ ଏଡ ଡ଼ିଫେନ୍ସ କାଉନ୍ସେଲ, ଶ୍ରୀମତୀ ନନ୍ଦିତା କୁମାରୀ, ବରିଷ୍ଠ ଆଇନଜିବୀ, ଅଶୋକ କୁମାର ପ୍ରଧାନ, ଫୁଲବାଣୀ ସାଲୁଙ୍କି ଅନୁଷ୍ଠାନର ସମ୍ପାଦକ ଏବଂ ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୋକସୋ ଆଇନ, ଜୁଭେନାଇଲ ଜଷ୍ଟିସ ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରଯାଇଥିଲା । ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଛାତ୍ର ଓ ଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































