କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ୬ କୋଟି ୪୮ଲକ୍ଷ ଅନୁଦାନ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାରେ ଅନେକ ଛୋଟ ବଡ଼ ପର୍ଯ୍ୟଟନ ସ୍ଥଳୀ ରହିଛି l ପ୍ରାକୃତିକ ମୋନୋରମ ପରିବେଶ ମଧ୍ୟରେ ଏସବୁ ରହିଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଛି l ପ୍ରତିବର୍ଷ ଜିଲ୍ଲା ଓ ଜିଲ୍ଲା ବାହାର ର ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ହେଲେ ସବୁ ସ୍ଥାନ କୁ ଯିବା ଲାଗି ଭଲ ରାସ୍ତା ନଥିବା ଫଳରେ ଯିବା ସମ୍ଭବ ହେଉନଥିଲା ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଫାଇବ ଟି ସଚିବ ଭି କେ ପାଣ୍ଡିଆନ ଗତମାସ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସି ଜିଲ୍ଳାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ l ବିଭିନ୍ନ ସଙ୍ଗଠନ ପ କ୍ଷରୁ ପର୍ଯ୍ୟଟନ ସ୍ଥଳି ର ବିକାଶ ପାଇଁ ଲିଖିତ ଭାବେ ଅଭିଯୋଗ ପତ୍ର ଦେଇଥିଲେ l
ସେସବୁକୁ ବିଚାର କୁ ନେଇ ଫାଇ ବ ଟି ସଚିବ ପଣ୍ଡିଆନ ୬କୋଟି ୪୮ଲକ୍ଷ ଟଙ୍କା ଦେଇଥିଲେ lପୂତୁଡ଼ି ଜଳ ପ୍ରପାତ ର ଉନ୍ନତି କରଣ ପାଈଁ ୪୫ଲକ୍ଷ୧ହଜାର, ଉର୍ମl ଗଡ ପାଈଁ ୫୨ଲକ୍ଷ ୨୧ହଜାର, ଜି ଉଦୟ ଗିରି ସ୍ଥିତ କlଲିଗାଡୁ ପାଈଁ ୬୬ଲକ୍ଷ, କାଟ୍ରl ମାଲ ପାଈଁ ୫୬ଲକ୍ଷ ୬୦ହଜାର, ପକଡା ଝର ପାଈଁ, ୭୮ଲକ୍ଷ ଟଙ୍କା, ରତଙ୍ଗ ପୋଖୋରୀ ପାଈଁ ୧୨ଲକ୍ଷ, ତୁଲୁରି ପିକନିକ ସ୍ପଟ୍ ପାଈଁ ୮୫ଲକ୍ଷ ୨୦ହଜାର, ରିଶିମାଳ ପାଈଁ ୭୮ଲକ୍ଷ, କୋଟ ଗଡ ସ୍ଥିତ ଲଡୁ ଜ ଳ ପ୍ରପାତ ପାଇଁ ୬୦ଲକ୍ଷ, ଦlରିଂଙ୍ଗ ବାଡ଼ି ଜଳ ପ୍ରପାତ ପାଇଁ ୫୨ଲକ୍ଷ ୮୦ହଜାର, ସର୍ପ ନଳା ପ୍ରପାତ ପାଇଁ ୬୧ଲକ୍ଷ୍୨୦ହଜାର ଟଙ୍କା ଅନୁଦାନ ପ୍ରଦାନ କରିଛନ୍ି l
ଏସବୁ ପ୍ରକଳ୍ପ ର ଉନ୍ନତି ହେଲେ ଜିଲ୍ଲାକୁ ଅଧିକ ପର୍ଯ୍ୟଟକ ଆସିବେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରଣ ସମ୍ଭବ ହୋଇପାରିବ ବୋଳି ଲୋକେ କହିଚନ୍ତି
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































