ସଂଖ୍ୟା ଲଘୁ ସମ୍ପ୍ରଦାୟର ପ୍ରସ୍ତୁତି ବୈଠକ

ରସୁଲପୁର ( ସୁଶାନ୍ତ ଜେନା )
ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମ୍ ବରଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମୌଳିକ ସମସ୍ୟାର ର ସମାଧାନ କରାଯିବା ପାଇଁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ବ୍ରାହ୍ମବରଦା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ରାକେଶ ଦେଓ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛଅଛି। ଉକ୍ତ ପ୍ରସ୍ତୁତି ବୈଠକରେ ବରୀ ନିର୍ବାଚନ ମଣ୍ଡଳୀ ର ବିଜେଡି ସଂଯୋଜକ ଦେବେନ୍ଦ୍ରଦାସ ଯୋଗ ଦେଇ ବ୍ରହ୍ମ୍ବରଦା ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ସଂଖ୍ୟା ଲଘୁ ସମ୍ପ୍ରଦାୟ ମାନଙ୍କର ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ. ଉକ୍ତ ପ୍ରସ୍ତୁତି ବୈଠକ ରେ ସମାଜ ସେବି ଓ ବୁଦ୍ଧିଜୀବୀ ସେକ୍ ଆଲ୍ଲାଉଦ୍ଦିନ ଖାଁ,ଜୁଲ୍ ଫିକର ଅଲ୍ଲୀ,ସେକ୍ ଅଖତର ଅଲ୍ଲୀ ,ଅବଦୁଲ ରଶିଦ ଖାଁ,ସୁଲେମାନ ଖାଁ,ଅବଦୁଲ ଦୟାଲ ଖାଁ, ସେକ୍ ଅଖତାର ହୁସେନ୍ ଖାଁ, ମହେଶ୍ବରପୁର ସରପଞ୍ଚ ପ୍ରତିନିଧି ଅମୂଲ୍ୟ ପାତ୍ର ଏବଂ ଅତଲା ପୁର୍ ସରପଞ୍ଚ ପ୍ରତିନିଧି ଯୋଗଦେଇଥିଲେ. ବରୀ ନିର୍ବାଚନ ମଣ୍ଡଳୀ ର ବ୍ରହ୍ମ୍ବରଦା ଠାରେ ଆଗାମୀ ଦିନରେ ଏକ ବିରାଟ ସଭା ଅନୁଷ୍ଠିତ ହେବା ସହ ସମସ୍ତ ଦାବି କୁ ସରକାର ଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଆଲୋଚନା କରାଯାଇଥିଲା.
ଯାଜପୁର ରୁ ସୁଶାନ୍ତ ଜେନା ଉଦୟ ଲାବଣ୍ୟ
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































