ଭୁବନ ଅଞ୍ଚଳର ଗର୍ବ ଗୌରବ ଏସଓଜୀ କମାଣ୍ଡୋ ଅରବିନ୍ଦ ସାହୁ ଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ରାଜ୍ୟପାଳ କଲେ ସମ୍ମାନିତ । ୫ ଜଣ ନକ୍ସଲ ଙ୍କୁ କରିଥିଲେ ନିହତ

।
କାମାକ୍ଷା ନଗର (ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ଭୁବନର ଅରବିନ୍ଦ ସାହୁ। ମାତା ରମାରାଣୀ ଓ ପିତା ନିରଞ୍ଜନଙ୍କର ଏକମାତ୍ର ପୁଅ। ଅରବିନ୍ଦ ପିଲାଟି ଦିନରୁ ଦେଶ ମାତୃକାର ସେବା ପାଇଁ ମନ ବଳାଇ ଥିବାବେଳେ ୨୦୧୩ ମସିହାରେ ତାଙ୍କର ସ୍ବପ୍ନ ପୁରଣ ହୋଇଥିଲା। ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନରେ କମାଣ୍ଡୋ ଭାବେ ଯୋଗ ଦେଇଥିଲେ। ତେବେ ୨୦୧୯ ମସିହାରେ ସ୍ପେସାଲ ଅପରେସନ ଗ୍ରୁପରେ କୋରାପୁଟ ଯାଇଥିବା ସମୟରେ ୫ଜଣ ନକ୍ସଲକୁ ନିହତ କରି ୨୦୨୧ ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ସାହସୀକତା ପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ଶନିବାର ସଂନ୍ଧ୍ୟାରେ ଭୁବନେଶ୍ବର ଲୋକସଭା ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ପଦକପ୍ରଦାନ ଉତ୍ସବରେ ରାଜ୍ୟପାଳଙ୍କ ଦ୍ବାରା ଅରବିନ୍ଦଙ୍କୁ ଏହି ସାହସିକତା ମେଡଲ ମିଳିଥିଲା। ଫଳରେ ଏହାକୁ ନେଇ ବାଜିରାଉତ ମାଟି ଭୁବନ ଗର୍ବ ଅନୁଭବ କରିଛି। ବିଭିନ୍ନ ସ୍ଥାନ ରୁ ତାଙ୍କୁ ଶୁଭେଚ୍ଛା ର ବାର୍ତ୍ତା ମିଳିଛି ।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































