ନିଶ୍ଚିତକୋଇଲି ରେ ସରପଞ୍ଚ ମାନେ କଲେ ବିଡିଓ ଅଫିସ ଘେରାଓ

ନିଶ୍ଚିତକୋଇଲି ( ଉଲ୍ଲାପ୍ର )ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନର ଅସହଯୋଗ ବିରୁଦ୍ଧରେ ଆଜି ନତକାଇ ପଂଚାୟତବାସୀ ବିଡ଼ିଓ ଅଫିସ ଆଗରେ ବସି ବିଡ଼ିଓଙ୍କ ଘେରିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ। ଏହି ବ୍ଲକର ନତକାଇ ଗ୍ରାମ ପଞ୍ଚାୟତରେ ଦୀର୍ଘ ୬ମାସରୁ ଉର୍ଦ୍ଧ ହେବ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇ ପଡିବା ସହ ଅନେକ ପ୍ରକଳ୍ପର କାର୍ଯ୍ୟ ହୋଇପାରୁନାହିଁ । ଏହାର ପ୍ରତିବାଦରେ ପଞ୍ଚାୟତର ଜନପ୍ରତିନିଧି ସରପଞ୍ଚ ଙ୍କ ସମେତ ପଞ୍ଚାୟତବାସି ବିଡ଼ିଓଙ୍କ ଅଫିସ ସାମ୍ନାରେ ବସି ବିଡ଼ିଓଙ୍କ ଘେରିଥିଲେ। ତେବେ ବହୁ ସମୟ ଧରି ଧାରଣାରେ ବସିବା ପରେ ବିଡ଼ିଓଙ୍କ ସହିତ ସେମାନଙ୍କର ଆଲୋଚନା ହୋଇଥିଲା। ତେବେ ପାଗର ପ୍ରତିକୂଳତା ଓ କିଛି ଜାଗାରେ କୋର୍ଟରେ ମାମଲା ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ ଏବଂ ଖୁବ ଶୀଘ୍ର ସେସବୁ ସମାଧାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡ଼ିଓ କହିଛନ୍ତି ।
କଟକ ଜିଲ୍ଲା ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋଟ ଉଦୟ ଲାବଣ୍ୟ ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































