କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା ଚଢ଼ାଉ କରି ୧୭ ଜଣ ଚୋରା ବ୍ୟବସାୟୀ ଙ୍କୁ ଗିରଫ । ୫ଶହ ୫୬ ଲିଟର ମଦ ଦୁଇଟି ବାଇକ୍ ଜବତ

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ ୫୬ ଲିଟର ଦେଶୀ ମଦ,ଦୁଇଟି ବାଇକ୍, ଗୋଟିଏ ସାଇକେଲ ଜବତ କରିବା ସହ ବିରାଶାଳ ଅଞ୍ଚଳର ଚରଣ ପତ୍ର ଫେରାର ଥିବା ବେଳେ ,ସୁବ୍ରତ ପତ୍ର ଙ୍କ ଠାରୁ ଶହେ ଦଶ ଲିଟର ମଦ ଓ ଗୋଟିଏ ବଜାଜ ପ୍ଲାନ୍ତିନା ଗାଡ଼ି ଜବତ ହୋଇଛି ଓ ଅନ୍ୟ ଅଭିଯୁକ୍ତ ଙ୍କ ଠାରୁ ଶହେ ଲିଟର ମଦ ସହ ହିରୋ ସ୍ପେଣ୍ଡର+ ଗାଡ଼ି ଜବତ ହୋଇଛି। ବିଶେଷ ସୂତ୍ର ରୁ ଖବର ପାଇଁ ଢେ଼ଙ୍କାନାଳ ଅବକାରୀ ବିଭାଗର ସୁପରୀ ଟେଣ୍ଡ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଅବକାରୀ ବିଭାଗର ଅଧିକାରୀ ଦିବ୍ୟତନ୍ ବିଶ୍ଵାଳ ଏବଂ ଅନ୍ୟ କର୍ମଚାରୀ ମାନଙ୍କ ସହ ଦୀର୍ଘ ୨୦ ଦିନ ଚଢ଼ାଉ କରି ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































